ବ୍ୟକ୍ତି ଚାହିଁଲେ ନିଜେ ଶିକ୍ଷିତ ହେବା ସହ ସମାଜର ବହୁ କଲ୍ୟାଣ କରିପାରିବେ, ଯାହା କରୁଛନ୍ତି ଉତ୍ତରପ୍ରଦେଶର ବ୍ରିଜେଶ ଓ ସଞ୍ଜୟ। ସହରରେ ପଢା ଶେଷ କରି ଚାକିରି ଅନ୍ବେଷଣ କରିବା ପରିବର୍ତ୍ତେ ଏହି ଦୁଇ ସାଙ୍ଗ ସୋନଭଦ୍ର ଫେରି ଗରିବ ପିଲାମାନଙ୍କୁ ପଢାଉଛନ୍ତି। ସେମାନେ ଏକ କୋଚିଂ କ୍ଲାସ ଖୋଲିଛନ୍ତି, ଯେଉଁଠି ପଢା ଦେୟ ଯିଏ ଯାହା ଦେଉଛନ୍ତି ତାହାକୁ ଗ୍ରହଣ କରୁଛନ୍ତି। କେହି ଦେୟ ଦେଇ ନ ପାରିଲେ ସେଥିପାଇଁ କାହାକୁ ବାଧ୍ୟ କରୁନାହାନ୍ତି। ସେମାନେ ବିଗତ ତିନି ବର୍ଷ ହେଲା ପିଲାଙ୍କୁ ଇଂଲିଶ, ଗଣିତ ଓ ବିଜ୍ଞାନ ପଢାଉଛନ୍ତି। ଏବେ ସୁଦ୍ଧା ୬୦୦ ପିଲାଙ୍କୁ ପଢାଇସାରିଲେଣି। କେବଳ ଏତିକି ନୁହେଁ ପାଠ ଛାଡ଼ି ଦେଇଥିବା ପିଲାମାନଙ୍କୁ ଏହି ଦୁଇ ବନ୍ଧୁ ପୁଣି ଶିକ୍ଷା ଧାରାରେ ସାମିଲ କରୁଛନ୍ତି।