ଏଇ ଭାରତରେ

ବନ ସଂରକ୍ଷଣରେ ବ୍ରତୀ ମଣିପୁରର ମୋଇରଙ୍ଗଥେମ ଲୋଇଆଙ୍କ ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାକିରି ଛାଡ଼ି ଦୀର୍ଘ ୨୦ ବର୍ଷ ହେଲା ୩୦୦ ଏକର ପାହାଡ଼ି ଜମିରେ ଜଙ୍ଗଲ ସୃଷ୍ଟିକରି ତାହାର ଯତ୍ନ ନେଉଛନ୍ତି। ଜଙ୍ଗଲରେ ସେ ୧୦୦ରୁ ଊର୍ଦ୍ଧ୍ୱ କିସମର ଗଛ ଲଗାଇଛନ୍ତି। ଏବେ ସେଥିରେ ପ୍ରାୟ ୨୫ ପ୍ରଜାତିର ଜୀବ ରହୁଛନ୍ତି। ଲୋଇଆ ରହନ୍ତି ପଶ୍ଚିମ ଇମ୍ଫାଲରେ। ବିଶ୍ୱତାପନ ରୋକିବାରେ ଲୋଇଆଙ୍କ ୨ ଦଶକ ବ୍ୟାପୀ ସଂଘର୍ଷର ସ୍ବାକ୍ଷର ବହନ କରୁଥିବା ଏହି ଜଙ୍ଗଲକୁ ବହୁ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। ୨୦୦୦ରେ ସେ ଚେନ୍ନାଇରେ ପଢ଼ା ଶେଷକରି ଚାକିରି କରିଥିଲେ ଓ ତାହା ଛାଡ଼ି ଇମ୍ଫାଲ ଫେରିବା ପରେ ସହରର ବାହାର ଭାଗରେ ଥିବା ପାହାଡ଼ରେ ଜଙ୍ଗଲ କଟା ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ଫଳରେ ସେ ସେଠାରେ ଏକ କୁଡ଼ିଆ ଘରେ ରହି ଗଛ ଲଗାଇବା ଆରମ୍ଭ କରିଥିଲେ। ଏଥିରେ ତାଙ୍କ ସାଙ୍ଗମାନେ ସାମିଲ ହେବା ପରେ ସେ ‘ଓ୍ବାଇଲ୍ଡ ଲାଇଫ୍‌ ଆଣ୍ଡ ହାବିଟାଟ ପ୍ରୋଟେକ୍‌ସନ ସୋସାଇଟି’ଗଠନ କରି ବୃକ୍ଷରୋପଣ କାର୍ଯ୍ୟକୁ ବ୍ୟାପକ କରିଥିଲେ। ଜଙ୍ଗଲ ସୃଷ୍ଟି କରିବା ସହ ଆଖପାଖ ଜଙ୍ଗଲର ସଂରକ୍ଷଣ ଓ ଅବୈଧ ପଶୁ ଶିକାରକୁ ରୋକିବାରେ ବି ସକ୍ଷମ ହୋଇଛନ୍ତି ୪୭ ବର୍ଷୀୟ ଲୋଇଆ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri