କାନପୁରରେ ଖୁସି ବାଣ୍ଟୁଛି ଉଦ୍ଦେଶ୍ୟ ସଚାନଙ୍କ ଗୁରୁକୁଳମ୍। ଏହାକୁ ‘ଖୁସିର ସ୍କୁଲ’ ଭାବେ ଲୋକେ ଜାଣନ୍ତି। ଏହା ଏକପ୍ରକାର ମୁକ୍ତ ସ୍କୁଲ; ଯେଉଁଠି ଗଣିତ ଓ ଅନ୍ୟାନ୍ୟ ବିଷୟ ଶିକ୍ଷା ଦିଆଯିବା ସହ ଜୀବନରେ ପିଲାମାନେ କେମିତି ସଫଳ ହେବେ ସେହି କୌଶଳ ମଧ୍ୟ ପ୍ରଦାନ କରାଯାଉଛି। ଅସହାୟ ବସ୍ତି ପିଲାମାନଙ୍କୁ ସେ ମାଗଣରେ ପଢ଼ାଉଛନ୍ତି। ଏବେ ୧୫୦ ପିଲା ସ୍କୁଲକୁ ଆସୁଛନ୍ତି। ସ୍କୁଲରେ ୪୦୦ ପର୍ଯ୍ୟନ୍ତ ପିଲାଙ୍କୁ ଶିିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସଚାନ। ଏଥିପାଇଁ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଲୋକଙ୍କ ଅନୁଦାନରେ ଚାଲିଛି ଏହି ସ୍କୁଲ। ସଚାନ ପିଲାଦିନ କଟିଥିଲା କାନପୁରରେ। ସେ ଦର୍ଶନଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ଗରିବ ପିଲାମାନେ ପାଠରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ସଚାନ ୨୦୧୯ରେ ପ୍ରତିଷ୍ଠା କରିଥିଲେ ଗୁରୁକୁଳ, ଯାହା ଏବେ ତାଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ଲାଗିଛି।