ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ଏବଂ ଶ୍ରମିକ ଭାବେ ଖଟୁଥିବା ଶିଶୁଙ୍କ ଉଦ୍ଧାର କ୍ଷେତ୍ରରେ ଜଣେ ପୋଲିସ ଅଧିକାରୀଙ୍କ ପ୍ରୟାସ ପ୍ରଶଂସନୀୟ। ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ୨୦୧୭ରେ ‘ଅପରେଶନ ମୁକ୍ତି’ ଅଭିଯାନ ଆରମ୍ଭ କରି ଉକ୍ତ କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କ ମତରେ ‘ଅପରେଶନ ମୁକ୍ତି’ କହିଲେ ଭିକ୍ଷାବୃତ୍ତି ଓ ଶ୍ରମିକ ବେଡିରୁ ଶିଶୁଙ୍କୁ ମୁକ୍ତି ଦେବା। ଅଶୋକ କୁମାର ଏବେ ସୁଦ୍ଧା ୧,୭୦୦ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ବିଭିନ୍ନ ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଗତବର୍ଷ ପୋଲିସ ୧୮ ଜଣ ଶିଶୁଙ୍କୁ ନାମ ଲେଖାଇବାକୁ ସକ୍ଷମ ହୋଇଥିଲା। ସେ ମଧ୍ୟ ପାରିବାରିକ ହିଂସାର ଶିକାର ହୋଇଥିବା ଅସହାୟ ଶିଶୁ, ଶିଶୁ ଚାଲାଣ ର଼୍ୟାକେଟ୍‌ରୁ ଶିଶୁମାନଙ୍କୁ ଉଦ୍ଧାର କରି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି। ଏହି ପିଲାମାନଙ୍କ ପୋଷାକ, ଖାଇବା, ରହିବା ଓ ପଢ଼ା ଖର୍ଚ୍ଚ ପୋଲିସ ତରଫରୁ ବନ୍ଦୋବସ୍ତ କରାଯାଇଛି। ଅଶୋକ କୁମାରଙ୍କ ଅଭିଯାନରେ ଉତ୍ତରାଖଣ୍ଡ ପୋଲିସର ୧୦୦ ଜଣ ସକ୍ରିୟ ଭାବେ କର୍ଯ୍ୟ କରୁଛନ୍ତି। ବିଭିନ୍ନ ଅଞ୍ଚଳରେ ଶିଶୁ ଶ୍ରମିକ ଓ ଭିକ୍ଷାବୃତ୍ତି ବିରୋଧରେ ସଚେତନ କରିବା ଲାଗି ପଥପ୍ରାନ୍ତ ନାଟକ କରାଯାଉଛି ବୋଲି କହନ୍ତି ଡିଜିପି ଅଶୋକ କୁମାର। ଏଥିପାଇଁ ତାଙ୍କୁ ଏବେ ପିଲାମାନେ ଶ୍ରଦ୍ଧାରେ ‘ପୋଲିସ ଅଙ୍କଲ’ ବୋଲି ସମ୍ବୋଧନ କରୁଛନ୍ତି।