୧୫ ମିନିଟରେ ଆମ୍ବୁଲାନ୍ସ ଘରେ ପହଞ୍ଚିବା ନିଶ୍ଚିତ ଭାବେ ଏକ ଉତ୍ତମ ସେବା। ଷ୍ଟାନ୍ପ୍ଲସ ନାମକ ଏକ ହେଲ୍ଥ ଟେକ୍ କମ୍ପାନୀ ମାଧ୍ୟମରେ ଏହି ସେବା ଯୋଗାଇ ଦେଉଛନ୍ତି ପ୍ରଭଦୀପ ସିଂ। ପ୍ରଭଦୀପ ଏହି ସଂସ୍ଥାର ସିଇଓ ଥିବାବେଳେ ତାଙ୍କ ସହ-ପ୍ରତିଷ୍ଠାତା ଭାବେ ରହିଛନ୍ତି ଆଣ୍ଟୋନି ପୋରଶନ ଏବଂ ଜୋଶେ ଲିଓନ। ହାଇଦ୍ରାବାଦ, ରାୟପୁର, ବେଙ୍ଗାଲୁରୁ, କୋଏମ୍ବାଟୁର ଓ ବିଶାଖାପଟନମ୍ ସହରରେ ସେ ଏହି ସେବା ଉପଲବ୍ଧ କରାଉଛନ୍ତି। ଷ୍ଟାନପ୍ଲସ ମାତ୍ର ୬ ସେକେଣ୍ଡରେ ଜରୁରୀ କଲ୍ ଗ୍ରହଣ କରି ବାଟରେ ଥିବା ଆମ୍ବୁଲାନ୍ସକୁ ଠିକଣା ସୂଚିତ କରିଦେଉଛି। ଦିନରାତି ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ଏହି ସଂସ୍ଥା ମଧ୍ୟ ଅନ୍ୟାନ୍ୟ ମେଡିକାଲ ସୁବିଧା ଉପଲବ୍ଧ କରାଉଛି। ଏବେ ୫ଟି ସହରରେ ୫୦ ହସ୍ପିଟାଲ ସହ ଭାଗୀଦାରିରେ ଏହା କରାଯାଉଛି ଓ ଆଗକୁ ୧୫ଟି ସହରରେ ୫୦୦ ହସ୍ପିଟାଲକୁ ସଂଯୋଜିତ କରିବା ଲାଗି ଯୋଜନା କରାଯାଇଛି। ପ୍ରଭଦୀପ ଏହି ସେବାକୁ ୭ ମିନିଟ୍ରେ ଯୋଗାଇ ଦେବା ଲାଗି ଯୋଜନା କରିସାରିଛନ୍ତି।