ଏଇ ଭାରତରେ

ମଧ୍ୟପ୍ରଦେଶର ଖପରଖେଦା ଗାଁର ମହିଳା ଚାଷୀ ଲକ୍ଷ୍ମୀ ପରଟେ ନିଜେ ଚାଷ କରିବା ସହ ୬ଟି ଗାଁର ଚାଷୀମାନଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାକୁ ପ୍ରୋତ୍ସାହିତ କରିପାରିଛନ୍ତି। ଲକ୍ଷ୍ମୀ ୨୦୧୬ର ଶେଷ ଭାଗରେ ଚାଷ ଆରମ୍ଭ କରିଥିଲେ। ସେ କେବଳ ଟମାଟୋ ଚାଷ କରି ପ୍ରଚୁର ଉତ୍ପାଦନ କରୁଛନ୍ତି। ସେ ଏଥିରେ କୌଣସି ରାସାୟନିକ ସାର, କୀଟନାଶକ ପ୍ରୟୋଗ କରୁନାହାନ୍ତି। ଲକ୍ଷ୍ମୀଙ୍କ ସହଯୋଗରେ ଏବେ ୬ଟି ଗାଁର ଚାଷୀମାନେ ୧୨୫ ଏକର ଜମିରେ ଜୈବିକ ପଦ୍ଧତିରେ ଟମାଟୋ ଚାଷ କରୁଛନ୍ତି। ୧ ଏକରରେ ଯେତିକି ଟମାଟୋ ଫଳିବା କଥା ତା’ଠାରୁ ୩୦ % ଅଧିକ ଫଳାଉଛନ୍ତି। ଏହି ଟମାଟୋ ବେଶିଦିନ ରହିପାରୁଛି,ବଜାରରେ ଏହାର ଚାହିଦା ବି ଅଧିକ। ଲକ୍ଷ୍ମୀ ଶସ୍ୟବର୍ଜ୍ୟରୁ ଖତ ପ୍ରସ୍ତୁତ କରି ପ୍ରୟୋଗ କରିବା ସହ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ତାହା ଉପଯୋଗ କରିବାେରେ ସାହାଯ୍ୟ କରୁଛନ୍ତି। ଚାଷ ଲଗି ଜୈବିକ ଖତ ପ୍ରସ୍ତୁତ କରିବା ଓ ବିଭିନ୍ନ ଗଛପତ୍ର ମିଶ୍ରଣରେ ଜୈବିକ କୀଟନାଶକ ତିଆରି କରିବାର ଉପାୟ ସମ୍ପର୍କରେ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।