ଏଇ ଭାରତରେ

ଗରିବଙ୍କ ପାଇଁ ଘର କରିବାକୁ ଏକ ନୂଆ ଉପାୟ ଆପଣାଇଛନ୍ତି କେରଳର ଦୁଇବନ୍ଧୁ। ଏଥିପାଇଁ ଓ୍ବାଏନାଡାର ନିଜିନ କେ.ଜି. ଏବଂ ଟି. ରେନିଶ୍‌ ସାଇକେଲରେ ଗାଁ ଗାଁ ବୁଲି ପ୍ରତ୍ୟେକ ଲୋକଙ୍କଠାରୁ ୧ ଟଙ୍କା ଦାନ ଆକାରରେ ସଂଗ୍ରହ କରୁଛନ୍ତି। ସେମାନେ ତାଙ୍କ ସ୍ଲୋଗାନ ରଖିଛନ୍ତି -ଟଙ୍କାଟିଏ ଦାନକରି ଜଣଙ୍କ ଜୀବନ ବଦଳାଇ ଦିଅ। ନିଜିନ ପେସାରେ ଜଣେ ମୋବାଇଲ ଟେକ୍‌ନିସିଆନ ଏବଂ ରିନେଶ ଜଣେ ଶିକ୍ଷକ। ଦୁହେଁ ସେମାନଙ୍କ ବୃତ୍ତିରୁ ସାମୟିକ ଛୁଟି ନେଇ ସାଇକେଲ ଯାତ୍ରା କରୁଛନ୍ତି ଓ ଗାଁଗୁଡ଼ିକରେ ଯିବା ସମୟରେ ୧ ଟଙ୍କା ଦାନ କରିବାକୁ ଲୋକଙ୍କୁ କହୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେମାନେ ୫ଟି ଗରିବ ପରିବାର ପାଇଁ ଘର ନିର୍ମାଣ କରିବା ଲକ୍ଷ୍ୟ ରଖିଛନ୍ତି। ପ୍ରତ୍ୟେକ ପରିବାରକୁ ଦୁଇଟି ବେଡ୍‌ରୁମ୍‌,ଏକ କିଚେନ ଥିବା ଘର ଦିଆଯିବ, ଯାହାର ମୂଲ୍ୟ ୬ ଲକ୍ଷ ଟଙ୍କା। ସବୁ ପରିବାର ଲାଗି ମୋଟ୍‌ରେ ଖଚ୍ଚର୍ର୍ ହେବ ୪୨ ଲକ୍ଷ ଟଙ୍କା। ତେବେ ଏତେ ପରିମାଣର ଟଙ୍କା ସଂଗ୍ରହ ଲକ୍ଷ୍ୟରେ ବାହାରିଥିବା ଦୁଇ ବନ୍ଧୁ ଏବେ ସୁଦ୍ଧା ୧୦୦ କି.ମି. ଯାତ୍ରାକରି ୪୦୦ ଗାଁରୁ ୧ ଲକ୍ଷ ୬୮ ହଜାର ଟଙ୍କା ସଂଗ୍ରହ କରିସାରିଲେଣି। ଘର ତିଆରି କରିବା ଲାଗି ଜଣେ ଠିକାଦାରଙ୍କୁ ମଧ୍ୟ ଦାୟିତ୍ୱ ଦେଇଛନ୍ତି। ନିଜିନ ଓ ରେନିଶ୍‌ଙ୍କର ଏଭଳି ନିଃସ୍ବାର୍ଥ ଅଭିଯାନକୁ ଲକ୍ଷ୍ୟକରି ଅନେକ ବ୍ୟକ୍ତି ସେମାନଙ୍କୁ ରହିବା ଲାଗି ଟେଣ୍ଟ, ସାଇକେଲ, ସ୍ଲିପିଂ ବ୍ୟାଗ୍‌ ଦେଉଛନ୍ତି।