ଭାରତରେ ଶିକ୍ଷା ଓ ଶିକ୍ଷକ ସମସ୍ୟା ଲାଗିରହିଛି। ସରକାରୀ ସ୍ତରରେ ଯେତେ ଯୋଜନା କରାଯାଉଥିଲେ ମଧ୍ୟ ଆଶନୁରୂପକ ସଫଳତା ମିଳିପାରୁ ନାହିଁ। ଏଣୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସହଯୋଗର ହାତ ବଢ଼ାଉଥିବା ବ୍ୟକ୍ତିଗତ ତଥା ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟରେ ରହିଛି ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେଶନ। ଏହା ନିପୁଣ ଭାରତ ମିଶନର ମାର୍ଗଦର୍ଶନରେ ପିଲାମାନଙ୍କ ଶୈଖିକ କ୍ଷମତା ବିକାଶ କରି ଭାରତର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବା ଦିଗରେ ୧୨ଟି ରାଜ୍ୟରେ କାମକରୁଛି। ୨୦୧୨ରେ ସ୍ଥାପିତ ସିଏସ୍ଏଫ୍ ପ୍ରୋଜେକ୍ଟ ଡାଇରେକ୍ଟର ଅନୁସ୍ତୁପ ନାୟକ ଏବେ ଏହି ଅଭିଯାନ ଚଳାଉଛନ୍ତି। ଏଥିରେ ‘ରୁମ୍ ଟୁ ରିଡ’ ଓ ଲାଙ୍ଗୁଏଜ ଆଣ୍ଡ ଲର୍ନିଂ ଫାଉଣ୍ଡେଶନକୁ ପାର୍ଟନର ଭାବେ ସାମିଲ କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମର ଗୁଣବତ୍ତା ଡିଜାଇନ କରିବାରେ ଏମାନେ ସହଯୋଗ କରୁଛନ୍ତି।