ଏଇ ଭାରତରେ

ଭାରତରେ ବାଲ୍ୟବିବାହ ଓ ଭ୍ରୂଣହତ୍ୟାରେ ଆଗୁଆ ରାଜ୍ୟ ରାଜସ୍ଥାନରେ ଗୋଟିଏ ପରିବାରର ୫ ଭଉଣୀ ରାଜସ୍ଥାନ ପ୍ରଶାସନିକ ସେବା(ଆର୍‌ଏଏସ୍‌)ପରୀକ୍ଷାରେ ସଫଳ ହେବା ନଶ୍ଚିତ ଭାବେ ପ୍ରେରଣାଦାୟକ। ଅଭାବୀ ପରିବାରରେ କନ୍ୟାମାନେ ଶିକ୍ଷା ଦ୍ୱାରା ସଶକ୍ତ ହୋଇପାରନ୍ତି, ଏହା ପ୍ରମାଣସିଦ୍ଧ କରିଥିବା ୫ ଭଉଣୀ ହେଲେ ମଞ୍ଜୁ, ରୋମା, ଅଂଶୁ, ରିତୁ ଓ ସୁମନ। ଏମାନେ ରାଜସ୍ଥାନ ହନୁମାନଗଡ଼ ଜିଲା ଭେରୁଶାରି ଗାଁର ନିବାସୀ ସହଦେବ ଶହରାଣଙ୍କ କନ୍ୟା। ସହଦେବ ବୃତ୍ତିରେ ଜଣେ କୃଷକ। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ନିରକ୍ଷର ହେଲେ ବି ତାଙ୍କ ଯତ୍ନ ଓ ସହଦେବଙ୍କ ପ୍ରଚେଷ୍ଟା ସବୁ କନ୍ୟାଙ୍କୁ ଆର୍‌ଏଏସ୍‌ରେ ସଫଳ କରାଇଛି। ଚାଷର ସ୍ବଳ୍ପ ଆୟରେ ସବୁ ଝିଅଙ୍କୁ ପଢ଼ାଇବା କଷ୍ଟକର ହୋଇଥିଲେ ମଧ୍ୟ ସହଦେବ ପଛକୁ ହଟି ନ ଥିଲେ। ନିଜେ ସେମାନଙ୍କୁ ପିଲାଦିନେ ପଢ଼ାଇ ଥିଲେ। ପରେ ସେମାନେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପ୍ରଥମେ ୨୦୧୦ରେ ରୋମା ଆର୍‌ଏଏସ୍‌ରେ ସଫଳ ହେବା ପରେ ୨୦୧୭ରେ ମଞ୍ଜୁ କୃତକାର୍ଯ୍ୟ ହୋଇଥିଲେ। ପରେ ଅଂଶୁ, ରିତୁ ଓ ସୁମନ ୨୦୧୭ରେ ଆର୍‌ଏଏସ୍‌ ପାଇଥିଲେ। ଅନ୍ୟ ପିଲାମାନେ କିଭଳି ସିଭିଲ୍‌ ସର୍ଭିସରେ କୃତକାର୍ଯ୍ୟ ହୋଇପାରିବେ ସେଥିପାଇଁ ସେମାନେ ପହଲ ଏକାଡେମୀ ନାମକ ଏକ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ମାଧ୍ୟମରେ କୋଚିଂ ଦେବାର ବ୍ୟବସ୍ଥା କରିଛନ୍ତି।