ଏଇ ଭାରତରେ

ସ୍କୁଲ ଛାଡ଼ୁଥିବା ପିଲାମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଅଶୋକ ରାଠୋର। ଅଶୋକ ରହୁଛନ୍ତି ମୁମ୍ବାଇରେ। ମୁମ୍ବାଇ ବସ୍ତିରେ ଅର୍ଥାଭାବରୁ ପଢ଼ା ଛାଡ଼ି ଦେଉଥିବା ପିଲାମାନଙ୍କୁ ସେ ଫୁଟ୍‌ବଲ ମାଧ୍ୟମରେ ଆକର୍ଷିତ କରି ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତକୁ ଆଣୁଛନ୍ତି। ଅଶୋକ ନିଜେ ମୁମ୍ବାଇ ଆମ୍ବେଦନଗର ବସ୍ତିରେ ବଢ଼ିଛନ୍ତି। ସେ ବସ୍ତି ପିଲାମାନଙ୍କ ଦୁଃଖ ଓ ଅଭାବକୁ ବୁଝିଛନ୍ତି। ଏଣୁ ବସ୍ତିର ଅଧାରୁ ପାଠ ଛାଡ଼ିଦେଉଥିବା ପିଲାମାନଙ୍କ ପାଇଁ ସେ ଏହି ଅଭିନବ ଉପାୟ ଆପଣାଇଛନ୍ତି। ଅଶୋକ ‘ଓସ୍କାର ଫାଉଣ୍ଡେଶନ’ ଗଢ଼ି ତା’ ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ସେ ପ୍ରଥମେ ୧୮ ପିଲାଙ୍କୁ ଫୁଟ୍‌ବଲ ଶିକ୍ଷା ଦେବା ଆରମ୍ଭ କରିଥିଲେ। ପରେ ସର୍ତ୍ତ ରଖିଥିଲେ ଯେ, ଯେଉଁମାନେ ଫୁଟ୍‌ବଲ ଶିଖିବେ ସେମାନେ ସ୍କୁଲକୁ ଯିବେ। ପିଲାମାନେ ଏଥିରେ ରାଜି ହୋଇ ସ୍କୁଲଯିବା ଆରମ୍ଭ କରିଥିଲେ। ଧୀରେ ଧୀରେ ପିଲାମାନେ ସେମାନଙ୍କ ସାଙ୍ଗଙ୍କୁ ପଡ଼ିଆକୁ ଆଣିଲେ ଏବଂ ସେମାନେ ଖେଳିଲେ ଓ ସ୍କୁଲକୁ ଯିବା ଆରମ୍ଭ କରିଦେଲେ। ୨୦୦୮ରେ ଅଶୋକ ୩.୫ ଲକ୍ଷ ଟଙ୍କା ପୁରସ୍କାର ପାଇବା ପରେ ତାହାକୁ ଏହି କାର୍ଯ୍ୟରେ ବିନିଯୋଗ କରିବା ଦ୍ୱାରା ୨୦୧୦ରେ ପିଲାସଂଖ୍ୟା ୩୦୦ରେ ପହଞ୍ଚତ୍ଥିଲା। ଏବେ ଏହି କାର୍ଯ୍ୟକ୍ରମକୁ ଅଶୋକ ରାଜସ୍ଥାନ, କର୍ନାଟକ, ଡାମନ୍‌କୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛନ୍ତି। ଏବେ ସୁଦ୍ଧା ତାଙ୍କ ନିକଟରୁ ୧୪,୦୦୦ ପିଲା ଉପକୃତ ହୋଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri