ଦୁଇ ବନ୍ଧୁ ପ୍ଲାଷ୍ଟିକ୍ ବର୍ଜ୍ୟରୁ ଏଫ୍ଏମ୍ସିସି ବୋତଲ ତିଆରି କରି ବର୍ଜ୍ୟ ସମସ୍ୟା ସମାଧାନ କରିବାରେ ଅଣ୍ଟା ଭିଡ଼ିଛନ୍ତି। ହାଇଦ୍ରାବାଦର ମନି ବାଜପେୟୀ ଏବଂ ରାଜ ମଦନଗୋପାଳ ‘ବାନିୟନ ନେଶନ’ ଷ୍ଟାର୍ଟଅପ୍ ଗଠନ କରି ଏବେ ସୁଦ୍ଧା ୧ ଲକ୍ଷ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ ରିସାଇକ୍ଲିଂ କରି ୩୦୦ ମିଲିୟନ (୩୦ କୋଟି) ଏଫ୍ଏମ୍ସିସି ବଟଲ ତିଆରି କରିସାରିଲେଣି। ମନି ବାଜପେୟୀ ଏମ୍ବିଏ କରିବା ସହ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ସେ ବିଭିନ୍ନ ସ୍ଥାନରେ ଠୁଳ ହୋଇଥିବା ପ୍ଲାଷ୍ଟିକ ବର୍ଜ୍ୟ ଦେଖି ତାହାର ପୁନଃ ଉପଯୋଗ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ସେ ସ୍କ୍ରାପ୍ ସଂଗ୍ରହକାରୀ, ବର୍ଜ୍ୟ ଗୋଟାଳି ଏବଂ କବାଡିଆଙ୍କ ସହ ଯୋଗାଯୋଗ କରି ଏ ଦିଗରେ ଆଗେଇଥିଲେ। ପରେ ତାଙ୍କ ସହ ଯୋଗ ଦେଇଥିଲେ ରାଜ ମଦନଗୋପାଳ। ଦୁହେଁ ୨୦୧୩ରେ ଆକର୍ଷଣୀୟ ଚାକିରି ଛାଡ଼ି ହାଇଦ୍ରାବାଦରେ ପ୍ଲାଷ୍ଟିକ ରିସାଇକ୍ଲିଂ କମ୍ପାନୀ ବାନିୟନ ନେଶନ ଆରମ୍ଭ କରିଥିଲେ। ସେମାନେ ତିଆରି କରୁଥିବା ଏଫ୍ଏମ୍ସିସି ବୋତଲରେ ଶାମ୍ପୁ, ଡିଟରଜେଣ୍ଟ ଓ ଲୋଶନ ପ୍ୟାକ୍ କରାଯାଉଛି। ମୁଖ୍ୟତଃ ଏହି ବୋତଲକୁ ହିନ୍ଦୁସ୍ଥାନ ୟୁନି ଲିଭର, ସେଲ୍, ଏଚ୍ପିସିଏଲ୍ ଏବଂ ରେକିଟ୍ଟି ଆଦି କମ୍ପାନୀକୁ ଯୋଗାଉଛନ୍ତି।