ଏଇ ଭାରତରେ

ମନ୍ଦିରର ବର୍ଜ୍ୟଫୁଲରୁ ବିଭିନ୍ନ ଜିନିଷ ତିଆରି କରି ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଉଛନ୍ତି ଦିଲ୍ଲୀର ପୁନମ୍‌ ସହରାବତ। ଖୁବ୍‌ କମ୍‌ ନିବେଶରେ କିଭଳି ବ୍ୟବସାୟରୁ ଲାଭ ମିଳେ ତାହାର ବାଟ ମଧ୍ୟ ଦେଖାଇଛନ୍ତି ପୁନମ୍‌। ସେ ବର୍ଜ୍ୟଫୁଲ ସଂଗ୍ରହ କରି ତାହାକୁ ଶୁଖାଇ ଗୁଣ୍ଡ କରିବା ପରେ ସେଥିରୁ ଅଗରବତି ଓ ବିଭିନ୍ନ ଘରସଜ୍ଜା ଜିନିଷ ତିଆରି କରୁଛନ୍ତି। ୨୦୧୯ରେ ସେ ତାଙ୍କ ବାନ୍ଧବୀ ପିଙ୍କି ଯାଦବଙ୍କ ସହ ମିଶି ବିଜ୍‌ନେସ ଆରମ୍ଭ କରି ‘ଆରୁହୀ ଏଣ୍ଟରପ୍ରାଇଜେସ’ ଆରମ୍ଭ କରି ତା’ମାଧ୍ୟମରେ ବର୍ଜ୍ୟଫୁଲରୁ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ସେ ୬ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତ କରିଛନ୍ତି। ସବୁଖର୍ଚ୍ଚ ବାଦ୍‌ ପୁନମ୍‌ ମାସକୁ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହାସହ ୫୦୦ରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି। ପୁନମ୍‌ଙ୍କ ଏହି ଉଦ୍ୟମ ଯୋଗୁ ଆଖପାଖ ମନ୍ଦିରରେ ବର୍ଜ୍ୟଫୁଲ ଯୋଗୁ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣ ଅନେକାଂଶରେ ଦୂର ହୋଇପାରିଛି। ୧୦୦୦ରୁ ୨୦୦୦ଟଙ୍କା ନିବେଶରେ ଏଭଳି ବିଜ୍‌ନେସ୍‌ ଆରମ୍ଭ କରାଯାଇପାରିବ ବୋଲି କହନ୍ତି ପୁନମ୍‌। ପ୍ରଥମେ ଫୁଲରୁ ଅଗରବତି ତିଆରି କୌଶଳ ଶିକ୍ଷା କରିବାକୁ ଚାହଁିଥିଲେ ବି କାହାର ସାହାଯ୍ୟ ପାଇପାରି ନ ଥିଲେ। ପରେ ଗୋବରରୁ ଜିନିଷ ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ କୌଶଳ ଶିଖି ସେ ଫୁଲରୁ ଜିନିଷ ତିଆରି ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri