ଏଇ ଭାରତରେ

କୁହାଯାଏ ହନୁମାନ ହେଉଛନ୍ତି କଳି ଯୁଗର ଏକମାତ୍ର ଜୀବିତ ଦେବତା। ତାଙ୍କ ଆରାଧନା ଓ ହନୁମାନ ଚାଳିଶା ପଢ଼ିଲେ ବିପତ୍ତି ଟଳିଯାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସାରା ଦେଶରେ ହନୁମାନଙ୍କ ପୂଜା କରାଯାଉଛି। କିନ୍ତୁ ଉତ୍ତରାଖଣ୍ଡର ଏମିତି ଏକ ଗାଁ ରହିଛି ଯେଉଁଠି ହନୁମାନଙ୍କ ପୂଜା ତ ଦୂରର କଥା, ତାଙ୍କ ନାମ ନେବା ଅପରାଧ ବୋଲି ବିବେଚନା କରାଯାଏ। ଏହି ଗାଁର ନାମ ଦୁନାଗିରି। ଏହାକୁ ମଧ୍ୟ ଦ୍ରୋଣଗିରି କୁହାଯାଏ। ଉକ୍ତ ଗାଁରେ ଥିବା ଏଭଳି ଅଜବ ବିଶ୍ୱାସକୁ ନେଇ ଏକ ଲୋକକଥା ରହିଛି। ରାମ-ରାବଣ ଯୁଦ୍ଧ ସମୟରେ ମେଘନାଦଙ୍କ ବାଣରେ ଲକ୍ଷ୍ମଣ ଚେତାଶୂନ୍ୟ ହେବା ପରେ ତାଙ୍କ ପାଇଁ ଚେରମୂଳି ଖୋଜିବା ଲାଗି ହନୁମାନ ଏହି ଗାଁରେ ପହଞ୍ଚତ୍ଥିଲେ। ସେଠାରେ ଜଣେ ମହିଳା ତାଙ୍କୁ ଗାଁରେ ଥିବା ପର୍ବତ ଦେଖାଇ ଦେଇ ଆବଶ୍ୟକ ଚେରମୂଳି ଥିବା କହିଥିଲେ। ହେଲେ ହନୁମାନ ତାହା ଚିହ୍ନି ନ ପାରି ପୂରା ପର୍ବତକୁ ଉଠାଇ ନେଇଗଲେ। ସେବେଠାରୁ ଗାଁ ଲୋକ ହନୁମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ପୂଜା ବାରଣ କରିବା ସହ ତାଙ୍କ ନାମ ନେବାକୁ ଅପରାଧ ବୋଲି ଗ୍ରହଣ କରିନେଇଛନ୍ତି। ଗାଁ ଲୋକେ ଯିଏ ଯେଉଁଠିି ଥିଲେ ବି ଯଦି ଏହା କରନ୍ତି ସେମାନଙ୍କୁ ସମାଜରୁ ଅଲଗା କରିଦିଆଯାଏ,ଏପରି କି ହନୁମାନ ପୂଜା କରିବା ଜଣାପଡ଼ିଲେ ଗାଁରୁ ବାହାର କରିଦିଆଯାଏ।