Advertisement

ଏଇ ଭାରତରେ

ବହୁ ସମୟରେ ଲୋକମାନଙ୍କର ଅଜବ ପସନ୍ଦ ଦେଖିବାକୁ ମିଳେ। କିଏ ପଶୁପକ୍ଷୀଙ୍କ ସହ ରହି ଜୀବନର ଆନନ୍ଦ ନେଉଥିବାବେଳେ କିଏ ଜଳଚର ଜୀବଙ୍କୁ ପାଳି ଖୁସି ହୁଅନ୍ତି। କିନ୍ତୁ ମୁମ୍ବାଇର ପ୍ରିୟଙ୍କା ସିଂଙ୍କ ପସନ୍ଦ ଏ କ୍ଷେତ୍ରରେ ନିଶ୍ଚୟ ଭିନ୍ନ। ସେ ପ୍ରଜାପତି ଗହଣରେ ରହି ସମୟ କଟାଉଛନ୍ତି। ପ୍ରିୟଙ୍କା ମୁମ୍ବାଇର ଏକ ଫ୍ଲାଟର ୧୩ ମହଲାରେ ରହୁଛନ୍ତି। ସେ ଦୀର୍ଘ ୧୦ ବର୍ଷ ହେଲା ତାଙ୍କ ଘରେ ପ୍ରଜାପତି ପାଳୁଛନ୍ତି। ରଙ୍ଗବେରଙ୍ଗର ପ୍ରାୟ ୫,୦୦୦ ପ୍ରଜାପତି ତାଙ୍କ ଘରେ ରହିଛନ୍ତି। ତାଙ୍କ ଘରର ସବୁ ଜାଗାରେ ପ୍ରଜାପତି ବସିଥିବା ଦେଖିବାକୁ ମିଳେ। ଏଥିପାଇଁ ଲୋକେ ତାଙ୍କୁ ବଟରଫ୍ଲାଏ ମମ୍‌ କହୁଛନ୍ତି। ବଡ଼ କଥା ହେଉଛି ଏହିସବୁ ପ୍ରଜାପତିଙ୍କୁ ସେ ବନ୍ଦ କରି ରଖିନାହାନ୍ତି, ସେମାନେ ଘର ଭିତର ଓ ବାହାରେ ଉଡୁଛନ୍ତି। ସେମାନଙ୍କ ପାଇଁ ପ୍ରିୟଙ୍କା ବି ଏକ ଅର୍ଗାନିକ ବଗିଚା କରିଛନ୍ତି। ପ୍ରଜାପତି ତାଙ୍କ ବଗିଚାରେ ବସୁଛନ୍ତି। ପ୍ୟୁପାରୁ ନୂଆ ପ୍ରଜାପତି ବାହାରିବା ପରେ ସେ ସେମାନଙ୍କ ପ୍ରତି ଧ୍ୟାନ ରଖୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel