ଏଇ ଭାରତରେ

ରାସ୍ତାକଡ଼ ଢାବାରେ ବସି ପସନ୍ଦର ଖାଦ୍ୟ ଖାଇବା ମଜା ନିଆରା। କିନ୍ତୁ କୁକୁରଙ୍କ ପାଇଁ ଏମିତିକା ଢାବା କେବେ ଦେଖିଛନ୍ତି କି? ଯଦି ନା, ତେବେ ଇନ୍ଦୋର ଯାଆନ୍ତୁ; ସେଠାରେ ବଲରାଜ ଝଲା ଓ ତାଙ୍କ ସ୍ତ୍ରୀ ମିଶି ଖେଲିଥିବା ‘ଡଗି ଢାବା’ ଦେଖନ୍ତୁ। ସେଠାରେ କୁକୁରଙ୍କୁ ସେମାନଙ୍କ ପସନ୍ଦର ଖାଦ୍ୟ ପରଷାଯାଉଛି। କେବଳ ସେତିକି ନୁହେଁ, କୁକୁରମାନଙ୍କ ପାଇଁ ସେଠାରେ ରହିବା ବ୍ୟବସ୍ଥା ଅଛି। ରହିବା ସମୟରେ ସେମାନେ କିଭଳି ଖେଳିବେ ଓ ଲୋକଙ୍କ ସହ ମିଶିବେ ତାହାର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଡଗି ଢାବାରେ ଉଭୟ ଶାକାହାର ଓ ଆମିଷ ଖାଦ୍ୟ ତିଆରି ହେଉଛି। ଗୋଟିଏ ମିଲ୍‌ର ଦାମ୍‌ ୭ ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କା ଯାଏ ରଖାଯାଇଛି। କୁକୁରଙ୍କ ପାଇଁ ଖାଦ୍ୟ ପାର୍ସଲ ମଧ୍ୟ ଦିଆଯାଉଛି। ବଲରାଜ ଅନ୍‌ଲାଇନ ବିଜ୍‌ନେସ୍‌ ଆରମ୍ଭ କରି ଡେଲିଭରି ବୟଙ୍କ ଦ୍ୱାରା ଘରେ ଖାଦ୍ୟ ପହଞ୍ଚାଉଛନ୍ତି। ଆଶ୍ଚର୍ଯ୍ୟର କଥା, ସେଠାରେ କୁକୁରଙ୍କ ଜନ୍ମଦିନ ବି ପାଳନ କରାଯାଉଛି। ଏଭଳି ଢାବା ଖୋଲିବା ପୂର୍ବରୁ ବଲରାଜ ଲକ୍‌ଡାଉନ ବେଳେ କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ । ପରେ ସେ ଏକ ହୋଟେଲରେ କାମ କରୁଥିଲେ ଓ ଘରକୁ ଫେରିବାବେଳେ ରାତିରେ କୁକୁରଙ୍କୁ ଖାଇବାକୁ ଦେଉଥିଲେ। କୁକୁରମାନେ କିଭଳି ଭଲ ଖାଦ୍ୟ ପାଇବେ ସେ ବିଷୟରେ ଚିନ୍ତାକରି ଏହି ଢାବା ଖୋଲିଥିଲେ।