ଏଇ ଭାରତରେ

ତାମିଲନାଡୁର ଇଞ୍ଜିନିୟର ଅରବିନ୍ଦ ଆର.ପି. ଚାକିରି ଛାଡ଼ି କୃଷିରେ ଉନ୍ନତି ଆଣିବା ଲାଗି ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି କୋଏମ୍ବାଟୁରରେ ଏବଂ ସେ କର୍ଲସୁରହି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ପୋଲୋଜିରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ତାକୁ ଛାଡ଼ି ଏବେ ପିତାଙ୍କ ଆବାସିକ ସ୍କୁଲରେ ବିଭିନ୍ନ କିସମର ପରିବା ଚାଷ କରୁଛନ୍ତି। କେବଳ ଏତିକି ନୁହେଁ ସେ ବହୁ କିସମର ବିହନ ସଂଗ୍ରହ କରି ଏକ ସିଡ୍‌ବ୍ୟାଙ୍କ କରିଛନ୍ତି। ଆବାସିକ ସ୍କୁଲରେ ପିଲାମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଇବା ତାଙ୍କ ଚାଷର ମୂଳ ଲକ୍ଷ୍ୟ। ପିଲାମାନଙ୍କୁ ମଧ୍ୟ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ଆଖପାଖ ଚାଷୀମାନଙ୍କୁ ବିଭିନ୍ନ କିସମର ବିହନ ବି ଯୋଗାଇ ଦେଉଛନ୍ତି। ସେ ଏବେସୁଦ୍ଧା ୭୦ ପ୍ରକାର ବାଇଗଣ, ୨୦ ପ୍ରକାର ଭେଣ୍ଡି ଏବଂ ୨୮ କିସମର ଟମାଟୋ ଏବଂ ୨୦ ପ୍ରକାର ବିନ୍ସ ମଞ୍ଜି ସିଡ୍‌ବ୍ୟାଙ୍କରେ ରଖିଛନ୍ତି। ଅରବିନ୍ଦ ଇଞ୍ଜିନିୟରିଂରେ ଡିଗ୍ରୀ ପରେ ଜର୍ମାନୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସ୍କୁଲରେ ଥିବା ୧୦୦ରୁ ଅଧିକ ପିଲାଙ୍କ ପାଇର୍ଁ ସେ ବର୍ଷକୁ ୨,୦୦୦ କେ.ଜି. ପରିବା ଉତ୍ପାଦନ କରୁଛନ୍ତି।