ଏଇ ଭାରତରେ

ପରୀକ୍ଷା ଖାତାରେ ଜଣେ ଉତ୍ତର ଲେଖିଲେ ତାଙ୍କୁ ନମ୍ବର ମିଳେ। କିନ୍ତୁ ବହୁ ସମୟରେ ଦେଖାଯାଏ ଛାତ୍ରୀଛାତ୍ରମାନେ ପରୀକ୍ଷା ଖାତା ଫାଙ୍କା ଛାଡ଼ିଦେଇଥାନ୍ତି କିମ୍ବା ଏଥିରେ ଅନେକ ଭୁଲ୍‌ ଉତ୍ତର ଲେଖିପକାନ୍ତି। କିନ୍ତୁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ପରୀକ୍ଷା ଖାତାରେ ଉତ୍ତର ବଦଳରେ ଗୀତ ଲେଖିଥିଲେ। ତାହା ପୁଣି ସିନେମା ଗୀତ। ତେବେ ପୂରା ପରୀକ୍ଷା ଖାତାରେ ଛାତ୍ର ଜଣକ କେବଳ ତିନୋଟି ଉତ୍ତର ଲେଖିଛନ୍ତି, ତାହା ପୁଣି ପ୍ରଶ୍ନ ଅନୁଯାୟୀ ନୁହେଁ। ସେଥିରୁ ଦୁଇଟି ହେଉଛି ସିନେମା ଗୀତ। ଗୋଟିଏ ଥ୍ରି ଇଡିଅଟ୍‌ର ଗୀତ ଥିଲାବେଳେ ଅନ୍ୟଟି ଥିଲା ପିକେ ସିନେମାର। ଦ୍ୱିତୀୟ ଉତ୍ତର ଥିଲା ଶିକ୍ଷକଙ୍କ ନିକଟକୁ ବାର୍ତ୍ତା। ସେଥିରେ ସେ ଲେଖିଥିଲେ – ”ମାମ୍‌, ଆପଣ ଜଣେ ଜ୍ଞାନୀ ଶିକ୍ଷକ। ଏହା ମୋର ଦୋଷ ଯେ, ମୁଁ କଠିନ ପରିଶ୍ରମ କରିପାରିଲି ନାହିଁ। ହେ ଭଗବାନ୍‌ !
ମୋତେ କିଛି ବୁଦ୍ଧି ଦିଅ।“ କିନ୍ତୁ ଶିକ୍ଷକ ଏଥିରେ ଲେଖିଥିଲେ ଯେ, ତୁମେ ଏମିତି ଆହୁରି ଅଧିକ ଉତ୍ତର ଲେଖିବା ଉଚିତ। ବାସ୍ତବରେ ଛାତ୍ରଙ୍କ ଉତ୍ତର ଓ ଶିକ୍ଷକଙ୍କ ଏଭଳି ମଜାଦାର ମନ୍ତବ୍ୟ ଉଲ୍ଲେଖ ଥିବା ଏହି ଉତ୍ତରଖାତାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri