ଏଇ ଭାରତରେ

ମଧୁକାନ୍ତ ଭଟ୍ଟଙ୍କ ପାଇଁ ବୟସ ବାଧକ ହୋଇନାହିଁ। ୯୩ ବର୍ଷ ବୟସରେ ସେ ବର୍ଜ୍ୟ କନାରୁ ବ୍ୟାଗ୍‌ କରି ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ୫ ବର୍ଷ ହେଲା ସେ ଏଭଳି କାର୍ଯ୍ୟ କରିଆସୁଛନ୍ତି। ପ୍ଲାଷ୍ଟିକ ପଲିଥିନ ବ୍ୟାଗ୍‌ର ପରିବେଶଗତ ପ୍ରଭାବ ରୋକିବା ଲାଗି ସେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା ସେ ୩୫,୦୦୦ ଲୋକଙ୍କୁ ମାଗଣାରେ କନା ବ୍ୟାଗ ବାଣ୍ଟିସାରିଲେଣି। ସେ ରୁହନ୍ତି ହାଇଦ୍ରାବାଦରେ। ଜନ୍ମ ତାଙ୍କର ଗୁଜରାଟ ଜାମନଗରରେ। ୪ ଝିଅ ଓ ଗୋଟିଏ ପୁଅର ମା’ ମଧୁକାନ୍ତ। ତାଙ୍କ ସନ୍ତାନଙ୍କୁ ଭଲ ଶିକ୍ଷା ଦେବା ସହ ସିଲାଇ କାମ କରୁଥିଲେ। ସେ ପ୍ରଥମେ ୧୯୫୫ ମସିହାରେ ୨୦୦ ଟଙ୍କାରେ ସିଲେଇ ମେଶିନ କିଣି ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଥିଲେ। ତାଙ୍କର ସେହି ଅଭ୍ୟାସ ଏବେ ପରିଣତ ବୟସରେ ତାଙ୍କୁ ବେଶ୍‌ ସହାୟକ ହେଉଛି। ସେ ସକାଳ ୭ରେ ଉଠି ନିତ୍ୟକର୍ମ ସାରି ଜଳଖିଆ ଖାଇ ମେଶିନ୍‌ରେ ବସି ବ୍ୟାଗ୍‌ ତିଆରି କରୁଛନ୍ତି। ବ୍ୟାଗ୍‌ ପାଇଁ ବର୍ଜ୍ୟ କନା ସେ ସେକ୍ସଟାଇଲ କମ୍ପାନୀ ଟେଲରମାନଙ୍କ ନିକଟରୁ ସଂଗ୍ରହ କରନ୍ତି। ଏପରିକି ଅନେକ ଟେଲର ମାଲିକ ମଧୁକାନ୍ତଙ୍କ ପାଖରେ କନା ପହଞ୍ଚାଇ ଦେଉଛନ୍ତି। ସେ ତିଆରି କରୁଥିବା ବ୍ୟାଗ୍‌ ଲୋକଙ୍କୁ ବାଣ୍ଟିବା ଲାଗି କେତେକ ଏନ୍‌ଜିଓ ବି ତାଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରଚଟିଆ ବଂଶ ରକ୍ଷା ପାଇଁ ପ୍ରତିବର୍ଷ ଘରଚଟିଆ ଦିବସ ପାଳନ କରାଯାଉଛି। କିନ୍ତୁ ଏହାର ସଂରକ୍ଷଣ ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ହେଲେ ଏକ୍ଷେତ୍ରରେ ରାକେଶ...

ପାକିସ୍ତାନରେ ଆତଙ୍କବାଦ

ଏହା ନିଃସନ୍ଦେହ ଯେ, ଆତଙ୍କବାଦ ସମଗ୍ର ବିଶ୍ୱପାଇଁ ବିପଦ ସୃଷ୍ଟି କରିଛି। ବିଶ୍ୱରେ ଊଣା ଅଧିକେ ପ୍ରାୟ ସମସ୍ତ ଦେଶ ଏହାର ଶିକାର ହେଉଛନ୍ତି। ନିକଟରେ...

ଭଲ ଖାଇବା, ଭଲ ଖୁଆଇବା

ଭଲ ଖାଇବା ଓ ଭଲ ଖୁଆଇବା’ ହିଁ ଗୋଟେ ସମ୍ବେଦନଶୀଳ, ଦାୟିତ୍ୱବାନ ସମାଜର ମୂଳ ଭିତ୍ତି। ବ୍ୟକ୍ତି, ଗୋଷ୍ଠୀ, ସମାଜ ଓ ପରିବେଶର ଦୀର୍ଘସ୍ଥାୟୀ ମଙ୍ଗଳକୁ...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ଓ ବାଣିଜି୍ୟକ ବିପର୍ଯ୍ୟୟ

ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌କୁ ଫେରିବା ପରେ ଆର୍ଥିକ ନୀତିରେ ନାଟକୀୟ ପରିବର୍ତ୍ତନ ହୋଇଚାଲିଛି, ଯାହାଦ୍ୱାରା ବିଶ୍ୱର ଦେଶଗୁଡ଼ିକରେ ଅଶାନ୍ତ ସ୍ଥିତି...

ବୁଦ୍ଧ ଓ ଯିଶୁ

ଆଜକୁ ୨୫୦୦ ବର୍ଷ ପୂର୍ବେ ବୌଦ୍ଧଧର୍ମ ଭାରତର ପୂର୍ବଭାଗରେ ସୃଷ୍ଟିହେବା ପରେ ବୁଦ୍ଧଙ୍କ କାହାଣୀ ଆମ ସମ୍ମୁଖକୁ ଆସିଥିଲା । ସେହିଭଳି ୨୦୦୦ ବର୍ଷ ପୂର୍ବର...

ପିଲାବେଳ

ପିଲାବେଳ ଜୀବନର ସର୍ବଶ୍ରେଷ୍ଠ କାଳ। ପିଲାବେଳେ ନା ଥାଏ ଚିନ୍ତା, ନା ଥାଏ ଦାୟିତ୍ୱ, ନା ଥାଏ ପଶ୍ଚାତାପ, ଶୋଚନା କିମ୍ବା ବାହାନା। ନ ଥାଏ...

ସାଂସ୍କୃତିକ ଚାପରେ ବିବାହ ଉତ୍ସବ

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ବିବାହ ଭିଡିଓ ଦେଖିଲି। ବର ଓ କନ୍ୟା ଦୁଇଟି ବରଣମାଳା ଧରି ଏକ ସୁଦୃଶ୍ୟ ମଣ୍ଡପରେ ବାଦ୍ୟର...

ଜଙ୍ଗଲ ନିଆଁ

ଚଳିତ ବର୍ଷ ଜାନୁଆରୀରେ ଆମେରିକା ଭଳି ବିକଶିତ ଦେଶ ଲସ୍‌ଏଞ୍ଜେଲସ୍‌ର ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ବିଫଳହେବା ଦେଖାଯାଇଥିଲା। ଏଥିରେ ଅଧିକାଂଶ ଧନୀ ଓ ଗରିବ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image