ଏଇ ଭାରତରେ

ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି ସେବା ଯୋଗାଇ ଦେଉଛନ୍ତି। ଉକ୍ତ ଷ୍ଟାର୍ଟଅପ୍‌କୁ ସେମାନେ ୨୦୨୦ରେ ପ୍ରତିଷ୍ଠା କରିଥିଲେ। ସେ ଟେଲିକନ୍‌ସଲଟେଶନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାରେ ରୋଗୀମାନଙ୍କୁ ସାହାଯ୍ୟ କରୁଛନ୍ତି । ଏଥିପାଇଁ ଲୋକମାନଙ୍କୁ ସକ୍ଷମ କାର୍ଡ ଦିଆଯାଉଛି, ଯାହାଦ୍ୱାରା ସେମାନେ ଏହି ସେବା ପାଉଛନ୍ତି। ଏ ପର୍ଯ୍ୟନ୍ତ ତିନିବନ୍ଧୁ ମଧ୍ୟପ୍ରଦେଶର ୨୦,୦୦୦ ଲୋକଙ୍କୁ ଏହି ସେବା ଯୋଗାଇ ଦେଇସାରିଲେଣି। ସେମାନେ ଲୋକମାନଙ୍କୁ ବି ଡିଜିଟାଲ ପ୍ରେସ୍‌କ୍ରିପଶନ ଏବଂ ଲାବ୍‌ ଟେଷ୍ଟ ସର୍ଭିସ ମଧ୍ୟ ଯୋଗାଇ ଦେଉଛନ୍ତି । ଏପରି କି ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ ତାଙ୍କ ସହଭାଗୀ ହସ୍ପିିଟାଲକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ୩୬୫ ଟଙ୍କା ଦେଲେ ଲୋକେ ବର୍ଷସାରା ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଡିଗିକ୍ୟୁରେ ୧୦ ହସ୍ପିଟାଲର ୬୦ ଜଣ ଡାକ୍ତର ଯୋଡି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri