ଏଇ ଭାରତରେ

ପ୍ରାଣୀଙ୍କ ପ୍ରତି ସମର୍ପିତ ମୁମ୍ବାଇର ହରସିମରନ ବାଲିଆ ଏବଂ ତାଙ୍କ ପରିବାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହରସିମରନ ସଡ଼କରେ ଆହତ ପ୍ରାଣୀ ମୁଖ୍ୟତଃ କୁକୁରମାନଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାର ପୂର୍ଣ୍ଣ ସହଯୋଗ କରୁଛି। ଏବେ ସୁଦ୍ଧା ତାଙ୍କ ପରିବାର ୧୦୦ରୁ ଊର୍ଦ୍ଧ୍ୱ ପ୍ରାଣୀ ରଖିଛନ୍ତି। ହରସିମରନ ଓ ତାଙ୍କ ମା’ଅମନ ବାଲିଆ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଖୁଆଉଛନ୍ତି। କେବଳ ଏତିକି ନୁହେଁ, ପ୍ରତିଦିନ ବାହାରେ ରାସ୍ତାରେ ବୁଲୁଥିବା ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ଏଥିପାଇଁ ୫,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟ ପରିଚାଳନା କରିବା ଲାଗି ହରସିମରନଙ୍କ ପରିବାର ତାଙ୍କ ଘର ବିକ୍ରି କରିଦେଇ ଏବେ ସେମାନେ ସହର ବାହାରେ ଗୋଟିଏ ଛୋଟ ଘରେ ରହି ସେଠାରେ ପ୍ରାଣୀମାନଙ୍କୁ ରଖିଛନ୍ତି।