ଏଇ ଭାରତରେ

ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଜୈବିକ ପନିପରିବାର ଚାହିଦା ଏବେ କାହିଁରେ କ’ଣ। କିନ୍ତୁ ଏହାକୁ ବାଡ଼ିବଗିଚାରେ ଉପତ୍ାଦନ କରିବାରେ ଲୋକେ ପ୍ରାୟତଃ ଆଗ୍ରହ ପ୍ର୍ରକାଶ କରୁ ନ ଥିବାବେଳେ ହାଇଦ୍ରାବାଦର ଚନ୍ଦନା ଗାଡେ ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୩୮ ବର୍ଷୀୟା ଚନ୍ଦନା ଜୈବିକ ପଦ୍ଧତିରେ ଘରେ ଚାଷ କରି ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ସେଥିରୁ ମଞ୍ଜି ସଂଗ୍ରହ କରୁଛନ୍ତି। ଏଥିରୁ ସେ ବର୍ଷକୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ କିସମର ମଞ୍ଜି ସଂରକ୍ଷଣ କରିପାରିଛନ୍ତି। ଏହିସବୁ ମଞ୍ଜିକୁ ବାଣ୍ଟି ଅନ୍ୟମାନଙ୍କୁ ଉଦ୍ୟାନ କୃଷି ଲାଗି ପ୍ରେରିତ କରୁଛନ୍ତି। ଏହାସହ ବ୍ୟବସାୟିକଭିତ୍ତିରେ ବି ତାହାକୁ ବିକ୍ରିକରି ବର୍ଷକୁ ପାଖାପାଖି ୫୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୧୪ରେ ତାଙ୍କ ଝିଅର ଜନ୍ମ ପରେ ସେ ନିଜ ବଗିଚାରେ ଦେଶୀ ବିହନର ଜୈବିକ ପନିପରିବା ଉପତ୍ାଦନ ଆରମ୍ଭ କରିଥିଲେ। ଦୀର୍ଘ ୯ ବର୍ଷ ମଧ୍ୟରେ ଏବେ ତାଙ୍କ ବଗିଚାରୁ ପାଖାପାଖି ୧୦୦ ପ୍ରକାରର ଉପତ୍ାଦ ପାଇପାରୁଛନ୍ତି। ସେ ଏହି ଚାଷ ଗ୍ରୋବ୍ୟାଗରେ କରୁଛନ୍ତି । ରୋଷେଇ ଘର ବର୍ଜ୍ୟ ଓ ଗୋବରରୁ ଖତ ପ୍ରସ୍ତୁତ ଏବଂ ସମ୍ପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ କୀଟନାଶକ ପ୍ରସ୍ତୁତ କରି ପ୍ରୟୋଗ କରୁଛନ୍ତି।