ଏଇ ଭାରତରେ

ହିମାଳୟରୁ ପ୍ଲାଷ୍ଟିକ ବର୍ଜ୍ୟ ସଫା କରି ପରିବେଶ ସୁରକ୍ଷାର ବର୍ତ୍ତା ଦେଉଛନ୍ତି ହରିୟାଣାର ପ୍ରଦୀପ ସାଙ୍ଗବାନ୍‌। ସେ ୨୦୧୬ ମସିହାରୁ ହିମାଚଳପ୍ରଦେଶରେ ଦୁର୍ଗମ ହିମାଳୟ ଅଞ୍ଚଳରୁ ବର୍ଜ୍ୟ ସଫା କରି ଆସୁଛନ୍ତି। ସେ ‘ହିଲିଂ ହିମାଳୟ’ ସଂସ୍ଥା ମାଧ୍ୟମରେ ଏହି ଅଭିଯାନ ଚଳାଇଛନ୍ତି। ହିମାଳୟକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ତାଙ୍କର ଏହି ଅଭିଯାନ ବି ସଫଳ ହୋଇଛି। ପ୍ରତ୍ୟେକ ଦିନ ବର୍ଜ୍ୟ ସଂଗ୍ରହ କେନ୍ଦ୍ରରେ ୫ ଟନ ବର୍ଜ୍ୟ ଗଚ୍ଛିତ ହେଉଛି। ତାଙ୍କର ଏହି ଅଭିଯାନରେ ଅନେକ ହଜାର ଲୋକ ଯୋଡ଼ି ହୋଇଛନ୍ତି। ଏହା ସହ ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟକମାନେ ବି ଏହି ଅଭିଯାନରେ ସହଯୋଗ କରୁଛନ୍ତି। ଏବେ ସୁଦ୍ଧା ହିଲିଂ ହିମାଳୟ ସଂସ୍ଥା ଦ୍ୱାରା ୮୦୦ ଟନ୍‌ ବର୍ଜ୍ୟ ସଂଗ୍ରହ କରାଯାଇ ସେସବୁକୁ ରିସାଇକ୍ଲିଂ ସେଣ୍ଟରକୁ ପଠାଯାଇସାରିଲାଣି। ପ୍ରଦୀପ ପ୍ରଥମେ ଏକା ଏହି କାର୍ଯ୍ୟ ଆରମ୍ଭ କରିଥିଲେ ଓ ଏହା ତାଙ୍କ ପାଇଁ ବି ଆହ୍ବାନପୂର୍ଣ୍ଣ ରହିଥିଲା। ତେବେ ଏବେ ତାଙ୍କ ପ୍ରୟାସରେ ହିମାଳୟରୁ ମିଳୁଥିବା ୯୫% ବର୍ଜ୍ୟ ଏଣେତେଣେ ପଡ଼ି ନ ରହି ରିସାଇକ୍ଲିଂ ସେଣ୍ଟରକୁ ଯାଇପାରୁଛି।