ଏଇ ଭାରତରେ

ବସ୍ତି ଜୀବନରେ ବଞ୍ଚିବାର ସଂଗ୍ରାମ ବ୍ୟତୀତ ଆଉ କିଛି ଚିନ୍ତା କରିବାର ଅବକାଶ ହିଁ ନ ଥାଏ। ବସ୍ତିର ପିଲାମାନଙ୍କୁ ଭଲ ଶିିକ୍ଷା ଦେବା ସେମାନଙ୍କ ମାତାପିତାଙ୍କ ପକ୍ଷେ ବି ସମ୍ଭବ ହୋଇପାରେ ନାହିଁ। ବିନା ଶିକ୍ଷାରେ ପିଲାମାନଙ୍କ ମଧ୍ୟରୁ କିଏ ଅପରାଧ ଦୁନିଆରେ ପାଦ ଥାପନ୍ତି ତ ଆଉ କିଏ ଶ୍ରମିକ ଭାବେ ଖଟନ୍ତି। ଏଭଳି ସମସ୍ୟା ସମ୍ପର୍କରେ ଗଭୀର ଭାବେ ଚିନ୍ତା କରି ତାହାକୁ ଦୂର କରିବା ସକାଶେ ଦିଲ୍ଲୀର ଜଣେ କନ୍‌ଷ୍ଟେବଲ ଥାନେ ସିଂଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ସେ ‘ଥାନେ ସିଂ ପାଠଶାଳା’ ପ୍ରତିଷ୍ଠା କରି ସେଠାରେ ବସ୍ତି ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ସେ ୮୦ ଜଣ ପିଲାଙ୍କୁ ପଢ଼ାଇବା ସହ ସେମାନଙ୍କ ନାମ ନିକଟବର୍ତ୍ତୀ ସ୍କୁଲରେ ଲେଖାଉଛନ୍ତି। ଏହି ପିଲାମାନେ ରାଜଘାଟ, ବିଜୟଘାଟ, ଶାନ୍ତି ବନ ଓ ଲାଲକିଲ୍ଲା ଅଞ୍ଚଳରୁ ଆସୁଛନ୍ତି। ୨୦୧୫ରେ ଥାନେ ମାତ୍ର ୪ ଜଣ ପିଲାଙ୍କୁ ନେଇ ପାଠଶାଳା ପ୍ରତିଷ୍ଠା କରିଥିଲେ । ଏହି ପାଠଶାଳା ସପ୍ତାହର ସବୁ ଦିନ ଖୋଲାରହେ ଏବଂ ୩ ଟାରେ ଆରମ୍ଭ ହୋଇ ୫.୩୦ରେ ଶେଷ ହୁଏ। ଉକ୍ତ ପାଠଶାଳା ସର୍ବସାଧାରଣ ଅନୁଦାନରେ ଚାଲିଛି ଓ ଏଥିତ୍ରେ ୫୦ ସ୍ବେଚ୍ଛାସେବୀ ବି ସାହାଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri