ବସ୍ତି ଜୀବନରେ ବଞ୍ଚିବାର ସଂଗ୍ରାମ ବ୍ୟତୀତ ଆଉ କିଛି ଚିନ୍ତା କରିବାର ଅବକାଶ ହିଁ ନ ଥାଏ। ବସ୍ତିର ପିଲାମାନଙ୍କୁ ଭଲ ଶିିକ୍ଷା ଦେବା ସେମାନଙ୍କ ମାତାପିତାଙ୍କ ପକ୍ଷେ ବି ସମ୍ଭବ ହୋଇପାରେ ନାହିଁ। ବିନା ଶିକ୍ଷାରେ ପିଲାମାନଙ୍କ ମଧ୍ୟରୁ କିଏ ଅପରାଧ ଦୁନିଆରେ ପାଦ ଥାପନ୍ତି ତ ଆଉ କିଏ ଶ୍ରମିକ ଭାବେ ଖଟନ୍ତି। ଏଭଳି ସମସ୍ୟା ସମ୍ପର୍କରେ ଗଭୀର ଭାବେ ଚିନ୍ତା କରି ତାହାକୁ ଦୂର କରିବା ସକାଶେ ଦିଲ୍ଲୀର ଜଣେ କନ୍ଷ୍ଟେବଲ ଥାନେ ସିଂଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ। ସେ ‘ଥାନେ ସିଂ ପାଠଶାଳା’ ପ୍ରତିଷ୍ଠା କରି ସେଠାରେ ବସ୍ତି ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ସେ ୮୦ ଜଣ ପିଲାଙ୍କୁ ପଢ଼ାଇବା ସହ ସେମାନଙ୍କ ନାମ ନିକଟବର୍ତ୍ତୀ ସ୍କୁଲରେ ଲେଖାଉଛନ୍ତି। ଏହି ପିଲାମାନେ ରାଜଘାଟ, ବିଜୟଘାଟ, ଶାନ୍ତି ବନ ଓ ଲାଲକିଲ୍ଲା ଅଞ୍ଚଳରୁ ଆସୁଛନ୍ତି। ୨୦୧୫ରେ ଥାନେ ମାତ୍ର ୪ ଜଣ ପିଲାଙ୍କୁ ନେଇ ପାଠଶାଳା ପ୍ରତିଷ୍ଠା କରିଥିଲେ । ଏହି ପାଠଶାଳା ସପ୍ତାହର ସବୁ ଦିନ ଖୋଲାରହେ ଏବଂ ୩ ଟାରେ ଆରମ୍ଭ ହୋଇ ୫.୩୦ରେ ଶେଷ ହୁଏ। ଉକ୍ତ ପାଠଶାଳା ସର୍ବସାଧାରଣ ଅନୁଦାନରେ ଚାଲିଛି ଓ ଏଥିତ୍ରେ ୫୦ ସ୍ବେଚ୍ଛାସେବୀ ବି ସାହାଯ୍ୟ କରୁଛନ୍ତି।