ଚାକିରି ଛାଡ଼ି ଛତୁଚାଷ କରିବା ସହ ସେଥିରୁ ଆଚାରଠାରୁ ଆରମ୍ଭ କରି ବିସ୍କୁଟ ଆଦି ପ୍ରସ୍ତୁତ କରି ଅନ୍ୟମାନଙ୍କୁ ଆୟର ବାଟ ଦେଖାଇଛନ୍ତି ଉତ୍ତରାଖଣ୍ଡ ତେହରିଗଡଓ୍ବାଲର କୁଲ୍ଦୀପ ବିଷ୍ଟ। ସେ ରହୁଛନ୍ତି ଭୌସକୋଟ ଗାଁରେ। କୁଲ୍ଦୀପ ଏମ୍ବିଏ ଡିଗ୍ରୀ ହାସଲ କରିବା ପରେ ଚାକିରି କରିଥିଲେ। କିନ୍ତୁ ତାହା ଛାଡ଼ି ସେ ୨୦୧୭ରେ ଛତୁଚାଷ ଆରମ୍ଭ କରିିଥିଲେ । ପରେ ଏହି ଚାଷକୁ ବଢ଼ାଇବା ସହ ଛତୁରୁ ଆଚାର, ବିସ୍କୁଟ, ନୁଡୁଲ୍ସ ପ୍ରସ୍ତୁତ କରୁଛନ୍ତି। ଏବେ ଚ୍ୟବନପ୍ରାସ୍ ତିଆରି କରିବା ଲାଗି ଯୋଜନା କରିଛନ୍ତି। ସେ ତାଙ୍କ ଉତ୍ପାଦକୁ ‘ଫୁଙ୍ଗୋ’ ବ୍ରାଣ୍ଡ୍ରେ ବିକ୍ରି କରୁଛନ୍ତି। ଏହି ଉତ୍ପାଦ ଲାଗି ସେ ଗାଁର ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ଦେଇଛନ୍ତି। ଏହାବ୍ୟତୀତ ଛତୁଚାଷ ସମ୍ପର୍କରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି, ଯଦ୍ଦ୍ବାରା ଅଧିକ ଲୋକ ଏହି ଚାଷ ପ୍ରତି ଆକର୍ଷିତ ହୋଇଛନ୍ତି। ସେମାନେ ଉତ୍ପାଦନ କରୁଥିବା ଛତୁକୁ କୁଲଦୀପ କିଣି ସେଥିରୁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଫଳରେ ଚାଷୀମାନେ ଅଧିକ ଲାଭ ପାଉଛନ୍ତି।