ଏଇ ଭାରତରେ

ମହାରାଷ୍ଟ୍ରରେ କୃଷିଋଣ ଯୋଗୁ କୃଷକ ଆମତ୍ହତ୍ୟା ସବୁଠୁ ବେଶି ହେଉଥିବାବେଳେ ୩୦ ଲକ୍ଷ ଟଙ୍କା ଋଣରେ ଥିବା ଜଣେ ମହିଳା ଅଙ୍ଗୁର ଚାଷ କରି ଏବେ ବର୍ଷକୁ ତା’ଠାରୁ ଅଧିକ ରୋଜଗାର କରିବା କିଛି କମ୍‌ କଥା ନୁହେଁ। ଏହି ମହିଳା ଜଣକ ହେଉଛନ୍ତି ନାସିକ୍‌ ଜିଲା ନିପଡ ବ୍ଲକର ସଙ୍ଗୀତା ବୋରାସ୍ତେ। ୨୦୧୪ରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ସେ ଚାଷ ଭାର ସମ୍ଭାଳି ଥିଲେ। ତାଙ୍କ ସ୍ବାମୀ ୩୦ ଲକ୍ଷ ଟଙ୍କା ଋଣ କରିଥିଲେ ଓ ତାହା ତାଙ୍କ ଉପରକୁ ହିଁ ଆସିଥିଲା। ତାଙ୍କ ସ୍ବାମୀ ପ୍ରଥମେ ବ୍ୟାଙ୍କରେ ଚାକିରି କରିଥିଲେ। କିନ୍ତୁ ଚାକିରି ଛାଡି ସେ ୧୦ ଏକର ଜମିରେ ଅଙ୍ଗୁର ଚାଷ ଆରମ୍ଭ କରିଥିତ୍ଲେ। ପରିସ୍ଥିତି ଏଭଳି ହେଲା ଯେ, ଚାଷରେ କ୍ଷତି ସହିଲେ ଓ ତାଙ୍କୁ ୨.୫ ଏକର ଜମି ବିକିବାକୁ ପଡିଲା। ଅଙ୍ଗୁର ପାଇଁ ଅନୁକୂଳ ଜଳବାୟୁ ଥିବା ନିପଡକୁ ୧୫ ବର୍ଷ ବୟସରେ ବାହା ହୋଇ ଆସିଥିବା ସଙ୍ଗୀତା ସ୍ବାମୀଙ୍କ ଦେହାନ୍ତ ପରେ ଅଙ୍ଗୁର ଚାଷରେ ଲାଗିପଡିଲେ। ଏଥିରେ ତାଙ୍କ ସାନ ପୁଅ ଓ ପୁତୁରା ସାହାଯ୍ୟ କଲେ। ପରିସ୍ଥିତି ଏମିତି ହୁଏ ଯେ, ଦିନେ ଦିନେ ସଙ୍ଗୀତା ଅଙ୍ଗୁର ବଗିଚାରେ ନିଆଁଜାଳି ରାତିସାରା ଜଗିରହନ୍ତି। ବହୁ କଷ୍ଟରେ ଚାଷକୁ ଆଗକୁ ବଢ଼ାଇ ଅଧିକ ଉପତ୍ାଦନ କରିବାରେ ଲାଗିଲେ ଓ ଏକ ଫାର୍ମ ମାଧ୍ୟମରେ ବିକ୍ରି କରିବା ଆରମ୍ଭ କଲେ। ପ୍ରଥମ ବର୍ଷ ପ୍ରଥମ ଉପତ୍ାଦନରୁ ସେ ୧୫ ଲକ୍ଷ ଟଙ୍କା ଲାଭ ପାଇଥିଲେ। ପରେ ତାଙ୍କ ଆୟ ବୃଦ୍ଧିପାଇବାରେ ଲାଗିଲା ଓ ବର୍ଷକୁ ଏବେ ପାଖାପାଖି ତ୍୪୦ଲକ୍ଷ ଟଙ୍କା ପାଉଛନ୍ତି। କୋଭିଡ୍‌ ମହାମାରୀରେ ବିକ୍ରି କମ୍‌ ହେବାରୁ ସେ ୩୫ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି।