ଏଇ ଭାରତରେ

ଦୁଇ ସନ୍ତାନର ମା’ ନିଜର ପ୍ରଚେଷ୍ଟାରେ ୫୦ରୁ ଊର୍ଦ୍ଧ୍ୱ ଦୁର୍ଗମ ଗାଁକୁ ଆଲୋକିତ କରିବା କିଛି କମ୍‌ କଥା ନୁହେଁ। ଲଦାଖର ମରଖା ଭ୍ୟାଲି ଅନ୍ତର୍ଗତ ସମୁଡା ଚେନ୍‌ମୋ ଗାଁର ଗୁରୁମିତ ଅଙ୍ଗମୋଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ଗୁରୁମିତ ମାତ୍ର ୧୧ ବର୍ଷ ବୟସରେ ଲେହ ଯାଇଥିବାବେଳେ ପ୍ରଥମେ ବିଦ୍ୟୁତ ବଲ୍‌ବ ଦେଖିଥିଲେ । ପରେ ତାଙ୍କ ଗାଁ ସମେତ ଆଖପାଖ ଗାଁକୁ ଆଲୋକିତ କରିବା ଲାଗି ଯେଉଁ ଲକ୍ଷ୍ୟ ରଖିଥିଲେ ସେଥିରେ ସେ ଏବେ ସଫଳ ହେବାରେ ଲାଗିଛନ୍ତି। ଗୁରୁମିତଙ୍କୁ ଏବେ ବୟସ ୩୬। ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେ ପିଲାମାନଙ୍କୁ ସ୍କୁଲ ପଠାଇଦେଇ କାମରେ ବାହାରିଯାଆନ୍ତି ଓ ସେମାନେ ଫେରିବା ବେଳକୁ ପ୍ରାୟ ଆସିଯାଆନ୍ତି। ତାଙ୍କୁ ସବୁ କାମରେ ତାଙ୍କ ସ୍ବାମୀ ସହଯୋଗ କରନ୍ତି ବୋଲି କହନ୍ତି ଗୁରୁମିତ। ସୋଲାର ପ୍ୟାନେଲ ବସାଇବା ଲାଗି ତାଙ୍କୁ ଗ୍ଲୋବାଲ ହିମାଳୟାନ ଏକ୍ସପେଡିଶନ ସଂସ୍ଥା ସହଯୋଗ କରୁଛି। ସେ ବିବାହ କରିବା ପରେ ସୋଲାର ଲାଇଟ୍‌ନିଂ ସିଷ୍ଟମ ସମ୍ପର୍କରେ ୬ ମାସିଆ ପ୍ରଶିକ୍ଷଣ ଶେଷ କରିଥିଲେ। ସୋଲାର ପ୍ୟାନେଲ ଲଗାଇବା ଓ ତା’ର ପରିଚାଳନା ତଥା ରକ୍ଷଣାବେକ୍ଷଣ ସମ୍ପର୍କରେ ସେ ଶିକ୍ଷା ପାଇବାପରେ କାମ ଆରମ୍ଭ କରିଥିତ୍ଲେ। ପ୍ରଥମେ ସେ ସୁମଡାଚୁନ୍‌ ରାଜପ୍ରାସାଦରେ ସୋଲାର ଲାଇଟ୍‌ର ବ୍ୟବସ୍ଥା କରିଥିତ୍ଲେ। ପରେ ସେ ଗାଁକୁ ଗାଁ ଯାଇ ସୋଲାର ୟୁନିଟ ସ୍ଥାପନ କରିଥିଲେ। ଦୁର୍ଗମ ଗାଁଗୁଡ଼ିକୁ ଯାଇ ବହୁ କଷ୍ଟରେ ସେ ଏହି କାର୍ଯ୍ୟ କରୁଛନ୍ତି। ଏଥିତ୍ରେ ସେ ନିଯୁକ୍ତି ବି ସୃଷ୍ଟି କରିଛନ୍ତି।