ଏଇ ଭାରତରେ

ଗ୍ରୀନ୍‌ ହାଉସ ଗ୍ୟାସ୍‌ ବା ସବୁଜ ଗୃହ ବାଷ୍ପ ବିଶ୍ୱତାପନ ବୃଦ୍ଧିର କାରଣ ପାଲଟୁଛି। ଏହାର ନିର୍ଗମନ କମ୍‌ କରିବା ପାଇଁ ବିଶ୍ୱରେ ପ୍ରୟାସ ଜାରି ରହିଥିବା ବେଳେ ବେଙ୍ଗାଲୁରୁର ଡ. ଏଜିହିଲ ସୁବିୟାନ ମିଥେନ ଗ୍ୟାସ୍‌କୁ ଏକ ସଂସାଧନ ଭାବେ ବ୍ୟବହାର କରି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହା ପରିବେଶ ଉପଯୋଗୀ ଖାଦ୍ୟ ଓ ଗୋଖାଦ୍ୟ (ବିଭିନ୍ନ ପ୍ରକାର ଘାସ) ଉତ୍ପାଦନରେ ଚାଷୀମାନଙ୍କୁ ସାହାଯ୍ୟ କରୁଛିି। ସୁବିୟାନ ଷ୍ଟ୍ରିଙ୍ଗ୍‌ ବାୟୋ ଷ୍ଟାର୍ଟଅପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ୨୦୧୩ରେ ସେ ଏହା ଆରମ୍ଭ କରିଥିଲେ। ବହୁ ଗବେଷଣା ପରେ ସେ ପରିବେଶ ଉପଯୋଗୀ ଉତ୍ପାଦ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛନ୍ତି। ଏହା ପରିବେଶ ଉପଯୋଗୀ କୃଷିକୁ ଉସତ୍ାହିତ କରିପାରିଛି। ଷ୍ଟ୍ରିଙ୍ଗ୍‌ ବାୟୋର ଉତ୍ପାଦ କୁ ଏବେ ସୁଦ୍ଧା ୨୫୦ କୃଷକ ବ୍ୟବହାର କରିସାରିଲେଣି। ଏହାକୁ ବ୍ୟବହାର କଲେ କୃଷିରୁ କମ୍‌ ମିଥେନ ନିର୍ଗମନ ହେଉଛି। ପ୍ରସ୍ତୁତ କରାଯାଇଥିବା ଉପତ୍ାଦଗୁଡ଼ିକ ମଧ୍ୟରୁ ୧୫ଟିକୁ ପ୍ୟାଟେଣ୍ଟ ମିଳିସାରିଛି ଓ ଆଉ ୪୦ଟି ପାଇଁ ଆବେଦନ କରାଯାଇଛି। ପ୍ୟାଟେଣ୍ଟ ପାଇଥିବା ଉପତ୍ାଦ ବ୍ୟବହାର କରି କୃଷକମାନେ ଲାଭବାନ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ, ମିଥେନ୍‌ ଗ୍ୟାସର ବ୍ୟବହାର ବିଶ୍ୱତାପନ ହ୍ରାସରେ ସୁବିୟାନଙ୍କ ଚେଷ୍ଟା ସେତିକି ମହତ୍ତ୍ୱପୂର୍ଣ୍ଣ ।