ଏଇ ଭାରତରେ

କିଛି ହରାଇବା ପରେ ଖୁବ୍‌ କମ ଲୋକ ତା’ର ଗୁରୁତ୍ୱ ଉପଲବ୍ଧି କରିଥାନ୍ତି ଯାହା କରୁଛନ୍ତି କେରଳର ଏର୍ନାକୁଲମ ଜିଲାର ରାଜକୁମାର ଏମ୍‌। ସେ ୨୮ ବର୍ଷ ପୂର୍ବେ ଦୃଷ୍ଟି ହରାଇ ଏବେ ଆଇ ଡୋନର ଯୋଗାଡ କରିବାରେ ଲାଗିଛନ୍ତି।
୧୦ ବର୍ଷ ମଧ୍ୟରେ ସେ ୨୫ ଲକ୍ଷ ଡୋନର ଯୋଗାଡ କରିବାର ଲକ୍ଷ୍ୟ ରଖିଛନ୍ତି। ପିଲା ବେଳୁ ରାଜକୁମାର ସବୁ ଦେଖି ପାରୁଥିଲେ। କିନ୍ତୁ ୧୯୯୨ରେ ହଠାତ୍‌ ସେ ଦୃଷ୍ଟିଶକ୍ତି ହରାଇଥିଲେ। ପରେ ତାଙ୍କ ଜୀବନରେ ଅବସାଦ ଘୋଟି ଆସିଲା ା ସେ ୩ ଥର ଆମତ୍ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ତାଙ୍କୁ ମୋଲି କୋଶି ନାମ୍ନୀ ଜଣେ ସମାଜସେବୀ ସାହାଯ୍ୟ କଲେ। ତାଙ୍କ ଜୀବନରେ ବି ଏକ ପରିବର୍ତ୍ତନ ଆଣିପାରିଲେ। ତାପରେ ରାଜକୁମାର ତାଙ୍କ ସହାୟତାରେ ଆଇ ଡୋନରଙ୍କୁ ଖୋଜିବାରେ ଲାଗିଛନ୍ତି। ଆଇଟିଆଇ ଶେଷ କରି ବିପିସିଏଲ୍‌ରେ ଚାକିରି ମଧ୍ୟ କରିଥିଲେ। ପରେ ଚାକିରି ଛାଡି ଆଇ ଡୋନର ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ୨୫ ଲକ୍ଷ ଡୋନର ପାଇଲେ ୫୦ ହଜାର ଲୋକ ନୂଆ ଦୁନିଆ ଦେଖିପାରିବେ ବୋଲି କହନ୍ତି ରାଜକୁମାର। ଏତେ ସଂଖ୍ୟକ ଡୋନରଙ୍କୁ ୧୦ ବର୍ଷ ମଧ୍ୟରେ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏବେ ସୁଦ୍ଧା ସେ ୭୦୦୦ ପରିବାର ସହ ଯୋଗାଯୋଗ କରି ୩.୫ ଲକ୍ଷ ଡୋନରଙ୍କଠାରୁ ସେମାନଙ୍କ ସହମତ ପାଇପାରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ପ୍ରଭାବିତ ହୋଇ ୪ର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ମଧ୍ୟ ଚକ୍ଷୁଦାନ କରିଛନ୍ତି। ବ୍ୟକ୍ତିଗତ ସ୍ତରରେ ଅନେକଙ୍କୁ ଚକ୍ଷୁଦାନ ଲାଗି ଚୁକ୍ତିବଦ୍ଧ କରାଇଥିଲେ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାର ତାହା କରାଇ ଦେଇ ନଥିଲେ।
ଏଣୁ ରାଜକୁମାର ପରିବାରକୁ ସାକ୍ଷାତ କରିବ ସମସ୍ତଙ୍କ ଉପସ୍ଥିତିରେ ଚକ୍ଷୁଦାନ ଲାଗି ସେମାନଙ୍କର ସହମତି ନେଉଛନ୍ତି।
ଏଥିରେ ସେ ସଫଳତା ମଧ୍ୟ ପାଉଛନ୍ତି। ରାଜକୁମାରଙ୍କୁ ଏବେ ବୟସ ୫୨। ତାଙ୍କ ଲକ୍ଷ୍ୟରେ ପହଞ୍ଚତ୍ବା ଲାଗି ସେ ଡୋନର ଖୋଜିବାରେ ଦିନ ରାତି ଏକା କରି ଦେଇଛନ୍ତି।