କୋଲ୍ଡ ଷ୍ଟୋରଗୁଡ଼ିକରେ କୃଷକ ଓ ଦୋକାନୀମାନଙ୍କୁ ଫଳ, ପନିପରିବା ରଖିବା ଲାଗି ଅଧିକ ବ୍ୟୟ କରିବାକୁ ପଡ଼ୁଛି। ଏହି ବ୍ୟୟ ହ୍ରାସ କରିବା ସହ ଫଳ ଓ ପନିପରିବା ବେଶି ଦିନ ତାଜା ରଖିବା ଲାଗି ଚେନ୍ନାଇର ଦୀପକ ରାଜମୋହନ ଓ ବିଜୟ ଆନନ୍ଦ ଗ୍ରୀନ୍ପଣ୍ଡ ଲିିମ୍ବସ କମ୍ପାନୀ ଖୋଲି ଫ୍ରିଜ୍ ତିଆରି କରୁଛନ୍ତି। ଏହି ଫ୍ରିଜ୍ କୃଷକମାନଙ୍କ ପାଇଁ ଯେତିକି ଆବଶ୍ୟକ ହେଉଛି ଗ୍ରାହକମାନଙ୍କ ପାଇଁ ଏହାର ଆବଶ୍ୟକତା ରହିଛି। ଦୀପକ ଜଣେ ଫୁଡ୍ ସାଇନ୍ସ ଇଞ୍ଜିନିୟର। କିଛି ଦିନ ପାଇଁ ଆମେରିକାରେ ଚାକିରି କରିଥିଲେ। ୨୦୧୯ରେ ସେ ଭାରତକୁ ଫେରିବା ପରେ ଖାଦ୍ୟ ନଷ୍ଟ ରୋକିବା ଲାଗି ଏହି ପ୍ରକାର ଫ୍ରିଜ୍ ନିର୍ମାଣ କରିବା ଆରମ୍ଭ କରିଥିଲେ। ଫ୍ରିଜ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଟେକ୍ନିକରେ ତିଆରି ହୋଇଛି। ଏଥିରେ ଫଳ ଓ ପରିବା ୧୨ ଦିନ ଯାଏ ରହିପାରୁଛି।