ଏଇ ଭାରତରେ

ଚମ୍ବଲ ନାଁ ଶୁଣିଲେ ଭୟ ଆସେ। ଡକାୟତଙ୍କ ଆଡ୍ଡା, ବେଆଇନ ଖଣି ଖନନ ଏବଂ ବନଜାତଦ୍ରବ୍ୟର ଚୋରା ଚାଲାଣ ଲାଗି ଚମ୍ବଲ୍ୟ କୁଖ୍ୟାତି ସର୍ବତ୍ର ଜଣାଶୁଣା। କିନ୍ତୁ ସେହି ସ୍ଥାନରେ ଏବେ ପର୍ଯ୍ୟଟନ ବିକାଶ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଅନୁଧିଲନ ସିଂ ଓ ତାଙ୍କ ସ୍ବାମୀ ରାମପ୍ରତାପ ସିଂ ଏବେ ଚମ୍ବଲକୁ ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର କରିବାର ଚେଷ୍ଟା ଜାରି ରଖିଛନ୍ତି। ସେଠାରେ ରାମପ୍ରତାପ ସିଂ ତାଙ୍କ ପୈତୃକ ସମ୍ପତ୍ତି ପ୍ରାୟ ୨୦୦ ଏକରରେ କୋଠିମେଲା (ଏକ ସଫାରି ଲଜ୍‌) ନିର୍ମାଣ କରି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିଛନ୍ତି। ଏହି ସ୍ଥାନରେ ରହି ପର୍ଯ୍ୟଟକମାନେ ବି ନିକଟସ୍ଥ ଚମ୍ବଲ ଜାତୀୟ ଉଦ୍ୟାନ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ପାଉଛନ୍ତି। ଉକ୍ତ ସଫାରି ଲଜ୍‌ ହାଭେଲି ଗାଁରେ ଅବସ୍ଥିତ। ଏହି ଲଜ୍‌କୁ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ମଧ୍ୟରେ କରାଯାଇଛି। ମୁଖ୍ୟତଃ ଆକ୍ଟୋବରରୁ ଏପ୍ରିଲ ମଧ୍ୟରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବର୍ଷର ଅନ୍ୟ ସମୟରେ ବି ପର୍ଯ୍ୟଟକମାନେ ସେଠାକୁ ଯାଉଛନ୍ତି। ଚମ୍ବଲ ଭଳି ସ୍ଥାନରେ ଏଭଳି ଏକ ପର୍ଯ୍ୟଟନ ବିକାଶ ସେଠାକାର ଲୋକଙ୍କ ଜୀବନ ଶୈଳୀରେ ଏକ ପରିବର୍ତ୍ତନ ଆଣିବ ବୋଲି କହନ୍ତି ରାମପ୍ରତାପ ସିଂ।