ଏଇ ଭାରତରେ

ଶ୍ରେୟାଂଶ ଭଣ୍ଡାରି ଏବଂ ରମେଶ ଧାମି ପୁରୁଣା ଜୋତାକୁ ଅପ୍‌ସାଇକେଲ କରି ସେଗୁଡ଼ିକୁ ପିଲାଙ୍କୁ ଦାନ କରୁଛନ୍ତି। ଏଥିପାଇଁ ଏହି ଦୁଇ ବନ୍ଧୁ ୨୦୧୩ରେ ‘ଗ୍ରୀନ୍‌ ସୋଲ’ ଷ୍ଟାର୍ଟଅପ୍‌ ଆରମ୍ଭ କରି ପୁରୁଣା ଜୋତା ଅପ୍‌ସାଇକେଲ କରିଥିଲେ। ଶ୍ରେୟାଂଶ ଓ ରମେଶ ଜୋତାଗୁଡ଼ିକୁ ଅପ୍‌ସାଇକେଲ କରିବା ପରେ ପ୍ରଥମେ ତାହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଖାଲି ପାଦରେ ପିଲା ସ୍କୁଲ ଯାଉଥିବା ଦେଖି ସେମାନଙ୍କ ପାଇଁ ଜୋତା ତିଆରି କରିବାକୁ ଚାହିଁଥିଲେ। ସେମାନେ ବିଭିନ୍ନ ସ୍ଥାନରୁ ପୁରୁଣା ଜୋତା ସଂଗ୍ରହ କରିବା ପରେ ଅନେକ ପ୍ରକ୍ରିୟାରେ ତାହାକୁ ଅପ୍‌ସାଇକେଲ କରୁଛନ୍ତି। ଏଥିପାଇଁ ଏହି ଦୁଇ ବନ୍ଧୁ ଅହମଦାବାଦର ଏଣ୍ଟରପ୍ରିନ୍ୟୁୟରଶିପ୍‌ ଡେଭଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆରେ ପ୍ରଶିକ୍ଷଣ ନେଇଛନ୍ତି। ଜୋତା ତିଆରି ପ୍ରକ୍ରିୟାରେ କମ୍‌ କାର୍ବନ ନିର୍ଗମନ ହେଉଛି। ସେମାନେ ଏବେ ସୁଦ୍ଧା ୫,୮୦,୦୦୦ ଜେତୋ ଅପ୍‌ସାଇକେଲ କରିସାରିଲେଣି।