ଏଇ ଭାରତରେ

ଗ୍ରାମାଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷାକାରୀ ଜ୍ୟାକେଟ ବ୍ୟବହାର କରିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। କାରଣ ଏହାର ମୂଲ୍ୟ ଅଧିକ ଓ ଏହା ଅଧିକ ପରିମାଣରେ ଉପଲବ୍ଧ ହୋଇପାରେ ନାହିଁ। ଏବେ କିନ୍ତୁ ବିହାରର ୧୮ ବର୍ଷ ବୟସ୍କା ଅନୁଶ୍ୱେତା ଦେବ ଓ ତାଙ୍କ ବନ୍ଧୁ ପୂଜା ଦାସ ତିଆରି କରିଥିବା ଲାଇଫ୍‌ ଜ୍ୟାକେଟ ଭାରତର ଗ୍ରାମୀଣ ଅଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ। ସେମାନେ ପ୍ଲାଷ୍ଟିିକ ବ୍ୟାଗ କିମ୍ବା ଅଖା ଓ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଏଭଳି ଜ୍ୟାକେଟ ତିଆରି କରିଛନ୍ତି। ସେମାନେ ୨୦୨୨ ବନ୍ୟାରେ ୨୦୦ ଜ୍ୟାକେଟ ମାଗଣାରେ ବଣ୍ଟିଥିଲେ। ଏହି ଜ୍ୟାକେଟ ତିଆରି କରିବାରେ ସେମାନେ ୪୦୦ ପ୍ଲାଷ୍ଟିକ ବ୍ୟାଗ ଓ ୧,୦୦୦ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଥିଲେ। ତିନି ପ୍ରକାର ଜ୍ୟାକେଟ ସେମାନେ ତିଆରି କରୁଛନ୍ତି। ଗୋଟିଏ ଛୋଟ ଜ୍ୟାକେଟ ଲାଗି ୬ଟି ୧ ଲିଟରର ବୋତଲ, ମଧ୍ୟମ ପାଇଁ ୮ଟି ଓ ବଡ଼ ସକାଶେ ୧୦ଟି ପ୍ଲାଷ୍ଟିକ ବୋତଲ ଦରକାର ହେଉଛି। ଏହି ଜ୍ୟାକେଟ ତିଆରି କରିବାରେ ୧୫୦ ଟଙ୍କା ଖର୍ଚ୍ଚ ହେଉଛି ଓ ଏହା ୧୧୦ କେ.ଜି. ଓଜନ ସମ୍ଭାଳି ପାରୁଛି।