Advertisement

ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟବହାର କମାଇ ପରିବେଶ ପ୍ରଦୂଷଣ ହ୍ରାସ କରିବାରେ କେରଳର ଦୁଇ ଭାଇଙ୍କ ପ୍ରୟାସ ପ୍ରେରଣାଦାୟକ। ରିଷଭ ଓ ରୋହନ ସୁରି ‘କ୍ୱାଡ୍ରାଟ’ ଷ୍ଟାର୍ଟଅପ୍‌ ଗଠନ କରି କୁଟା ଏବଂ କୁଣ୍ଡାରୁ ପ୍ଲେଟ୍‌, କପ୍‌, ଚାମଚ ଓ ଷ୍ଟ୍ର ତିଆରି କରୁଛନ୍ତି। ସେମାନେ ବିଭିନ୍ନ ରାଇସ ମିଲ୍‌ରୁ କୁଣ୍ଡା ଓ ଚାଷୀମାନଙ୍କଠାରୁ କୁଟା ସଂଗ୍ରହ କରୁଛନ୍ତି। ଉତ୍ପାଦଗୁଡ଼ିକ ବ୍ୟବହାର ପରେ ଖୁବ୍‌ ଶୀଘ୍ର ମାଟିରେ ମିଶିଯାଉଛି। ୨୦୧୮ରେ ଦୁଇ ଭାଇ ଉଗାଣ୍ଡାର ଏକ ପାହାଡ଼ ଚଢୁଥିବାବେଳେ ସେଠାରେ ପ୍ଲାଷ୍ଟିକ ବର୍ଜ୍ୟ ଦେଖିବା ପରେ ଏହାର ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଭାରତରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ଦେଖି ଏଭଳି ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ଏବେ ସେମାନଙ୍କ ଉପତ୍ାଦ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ସମେତ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମ ଓ ନାଗାଲାଣ୍ଡରେ ବିକ୍ରି ହେଉଛି। ଏହା ବ୍ୟତୀତ ଏହିସବୁ ଉପତ୍ାଦ ଆମେରିକା, ବ୍ରିଟେନ, କାନାଡା ଓ ମେକ୍‌ସିକୋକୁ ପଠାଯାଉଛି। ଜୁନ୍‌ ମାସରେ ସେମାନେ ୨୫,୦୦୦ ୟୁନିଟ ପ୍ଲେଟ୍‌, କପ୍‌, ଚାମଚ ଓ ଷ୍ଟ୍ର ବିକ୍ରି କରିଛନ୍ତି। ଏହି ପ୍ଲେଟ୍‌ରେ ପାଣି ୨୦ ମିନିଟ ଓ କପ୍‌ରେ ୭୦ ମିନିଟ ରହିପାରୁଛି। ଚାମଚ ଓ ଷ୍ଟ୍ରକୁ ବି ଚୋବାଇ ଖାଇହେଉଛି। କପ୍‌ର ମୂଲ୍ୟ ୬ ଟଙ୍କା ଥିବାବେଳେ ଚାମଚ ଓ ଷ୍ଟ୍ର ପ୍ୟାକେଟ ମୂଲ୍ୟ ୩୯୯ ଟଙ୍କା । ୨୫ଟି ପ୍ଲେଟ୍‌ ଥିବା ପ୍ୟାକେଟର ମୂଲ୍ୟ ୨୯୯ ଓ ଏହାକୁ ପ୍ରାଣୀମାନେ ଖାଇପାରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel