ଏଇ ଭାରତରେ

ପରିବାର ପ୍ରତିପୋଷଣ ପାଇଁ ପ୍ରତିବର୍ଷ ପ୍ରବାସୀ ଶ୍ରମିକମାନେ ଗାଁଗଣ୍ଡା ଛାଡ଼ି ସହରକୁ ଚାଲିଯାଆନ୍ତି। କାମ ଅନ୍ବେଷଣରେ ଯାଉଥିବା ଏହିସବୁ ଶ୍ରମିକଙ୍କ ପିଲାମାନେ ସରକାରୀ ସ୍କୁଲରେ ନାମ ଲେଖାଇଥିଲେ ବି ସେମାନେ ଶିକ୍ଷାରୁ ବଞ୍ଚତ୍ତ ହୋଇଥାଆନ୍ତି। ତେବେ ଏଭଳି ପିଲାମାନଙ୍କୁ ପୁଣି ଶିକ୍ଷାର ମୁଖ୍ୟ ସ୍ରୋତରେ ଯୋଡ଼ିବା ଲାଗି ବେଙ୍ଗାଲୁରୁର ୬ଜଣ ବନ୍ଧୁଙ୍କ ସାମଗ୍ରିକ ଉଦ୍ୟମ ପ୍ରଶଂସନୀୟ। ସେମାନେ ହେଲେ ନୋମିତା ସିକନ୍ଦ, ରିଜଓ୍ବାନ ଅହମ୍ମଦ,ଏମ୍‌. ରାଜା, ପ୍ରୀତି ପଟେଲ, ଜୋଶେଫ ଜାକୋବି ଏବଂ ସୌମ୍ୟା ନନ୍ଦ। ଏମାନେ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କୁ ମାଗଣାରେ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ୬ରୁ ୯ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ପଢ଼ାଇବା ପରେ ଶିକ୍ଷାର ଏକ ସ୍ତରରେ ପହଞ୍ଚତ୍ବା ପରେ ସେମାନଙ୍କୁ ସରକାରୀ ସ୍କୁଲକୁ ପଠାଉଛନ୍ତି। ଏହି କାର୍ଯ୍ୟ କରିବା ଲାଗି ୬ ଜଣ ବନ୍ଧୁ ମିଶି ‘ଗୁବାଚ୍ଛି’ ସଂସ୍ଥା ଗଢ଼ିଛନ୍ତି। ବେଙ୍ଗାଲୁରୁରେ ଏହି ସଂସ୍ଥାର ଦୁଇଟି କେନ୍ଦ୍ର ଅଛି ଓ ତା’ ମାଧ୍ୟମରେ ସବୁ କାର୍ଯ୍ୟ ସଞ୍ଚାଳନ କରାଯାଉଛି। ଗୁବାଚ୍ଛି ମଧ୍ୟ କର୍ନାଟକ ସରକାରଙ୍କ ଶିକ୍ଷା ବିଭାଗ ସହଯୋଗରେ ୯ଟି ସରକାରୀ ସ୍କୁଲ ସହ ସାମିଲ ହୋଇ ‘ନାଲି କାଲି’ (ଆନନ୍ଦଦାୟକ ଶିକ୍ଷା) କାର୍ଯ୍ୟକ୍ରମ ଚଳାଇଛି। ଏଥିରେ ପିଲାମାନଙ୍କୁ ସପ୍ତାହରେ ଥରେ ନାଚ ଓ ଦୁଇଥର ଖେଳ ଶିକ୍ଷା ଦିଆଯାଉଛି।