ଏଇ ଭାରତରେ

୨୩ ବର୍ଷ ବୟସରେ ଶ୍ରୀ ହର୍ଷ ଡାଇବେଟିସ, କ୍ୟାନ୍‌ସର ରୋଗୀମାନଙ୍କ ଘରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ନେଇ ପହଞ୍ଚାଇ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ଶରତ ଚନ୍ଦ୍ର, ନିରାଲି ପରେଖ ସହଯୋଗ କରୁଛନ୍ତି। ଏମାନେ ସମସ୍ତେ ମିଶି ‘ହାଇପୋଥାଲାମସ’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ଏହି ସେବା ଯୋଗାଇ ଦେଉଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବହୁ ରୋଗୀ ଅର୍ଥାଭାବରୁ ହେଉ କିମ୍ବା ମାନବସମ୍ବଳ ଅଭାବରୁ ଖାଦ୍ୟ ଖାଇପାରୁ ନ ଥିବା ଦେଖିବା ପରେ ହର୍ଷ ସେମାନଙ୍କ ଘରେ ଖାଦ୍ୟ ପହଞ୍ଚାଇବା ଆରମ୍ଭ କରିଥିଲେ। ତାଙ୍କ ସହ ଶରତ ଓ ନିରାଲି ମିଶିବା ପରେ ସେମାନେ ଏକାଠି ଏବେ ଶତାଧିକ ପୀଡ଼ିତଙ୍କୁ ଖାଦ୍ୟ ଦେଉଛନ୍ତି। ସେମାନେ ମଧ୍ୟାହ୍ନଭୋଜନ ଲାଗି ୬ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ଏହା ସହ ସନ୍ଧ୍ୟାରେ ଡ୍ରାଏ ଫ୍ରୁଟ୍ସ ଦେଉଛନ୍ତି। ପ୍ରତିଦିନ ସେମାନେ ୫୦ ଜଣଙ୍କୁ ଖାଇବାକୁ ଦେଉଛନ୍ତି। ଖାଦ୍ୟର ମୂଲ୍ୟ ବଜାର ତୁଳନାରେ ବହୁତ କମ୍‌ ରଖାଯାଇଛି। ଅର୍ଥାତ୍‌ ଜଣେ ରୋଗୀ ପାଇଁ ବ୍ରେକ୍‌ଫାଷ୍ଟ, ମିଡ-ମିଲ୍‌, ଲଞ୍ଚ, ସ୍ନାକ୍ସ, ଡିନର୍‌ ସହ ଅଧିକ ଗୋଟିଏ ମିଲ୍‌ ସହ ମୋଟରେ ୬୦୦ ଟଙ୍କା ନେଉଛନ୍ତି। ସେମାନେ ୬ଟି ହସ୍ପିଟାଲ ସହ ଯୋଗାଯୋଗ ରକ୍ଷାକରି ରୋଗୀଙ୍କ ଠିକଣା ଜାଣିବା ପରେ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି।