ଏଇ ଭାରତରେ

୧୬ ବର୍ଷ ବୟସରେ ପ୍ରଥମେ ଗୋଟିଏ ଗୋଖର ସାପ ଉଦ୍ଧାର କରିଥିଲେ ଚେନ୍ନାଇର ବେଦପ୍ରିୟା ଗଣେଶନ । ସେବେଠାରୁ ସେ ଏହି କାର୍ଯ୍ୟରୁ ପଛଘୁଞ୍ଚା ଦେଇନାହାନ୍ତି, ବରଂ ୯ ବର୍ଷ ମଧ୍ୟରେ ୬୦୦୦ ସାପ ଉଦ୍ଧାର କରିସାରିଛନ୍ତି। ଏହାସହ ସେ ବନ୍ୟ ଜନ୍ତୁଙ୍କ ସଂରକ୍ଷଣ ପାଇଁ ମଧ୍ୟ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ପ୍ରଥମରୁ ସେ ବିନା ପ୍ରଶିକ୍ଷଣରେ ସାପ ଧରୁଥିଲେ ଓ ପରେ ତାମିଲନାଡୁ ବନ ବିଭାଗ ଦ୍ୱାରା ଆୟୋଜିତ କର୍ମଶାଳାରୁ ଏହାର କୌଶଳ ଶିକ୍ଷା କରିଥିଲେ। ବେଦପ୍ରିୟା କଲେଜରେ ପଢୁଥିବାବେଳେ ପ୍ରାଣୀ କଲ୍ୟାଣ ସଂଗଠନଗୁଡ଼ିକରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବା ସମୟରେ ପ୍ରାଣୀମାନଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଓ ସେମାନଙ୍କୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ସାପ ନୁହେଁ, ବେଦପ୍ରିୟା ମାଙ୍କଡ଼, ବିଭିନ୍ନ ପକ୍ଷୀ ମଧ୍ୟ ଉଦ୍ଧାର କରୁଛନ୍ତି। ସେ ଏବେ ପଶ୍ଚିମଘାଟ ବନ୍ୟଜନ୍ତୁ ସଂରକ୍ଷଣ ଟ୍ରଷ୍ଟର ଚେନ୍ନାଇ ପାଇଁ ମୁଖ୍ୟ କୋଅର୍ଡିନେଟର ରହିଛନ୍ତି ଓ ତାହାପୁଣି ଅବୈତନିକ ଭାବେ ।