ଏଇ ଭାରତରେ

ଶୋଭାଯାତ୍ରା ସମୟରେ ହରିୟାଣା ନୁହ ଜିଲାରେ ହିଂସା ଦେଖାଯାଇଥାଇପାରେ, କିନ୍ତୁ ସେହି ଜିଲାର ବିଛୋର ଏବଂ ନିମକା ଗ୍ରାମରେ ଭାଇଚାରାର ଉଦାହରଣ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରୁ ହିନ୍ଦୁମାନେ ୮୪ କୋସ ପରିକ୍ରମା କରୁଥିବା ସମୟରେ ଏହି ଗାଁ ବାଟ ଦେଇ ଯାଉଛନ୍ତି। ଏହି ସମୟରେ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଦ୍ୱାରା ଶିବିର ସ୍ଥାପନ କରାଯାଇଛି। ଭକ୍ତଙ୍କ ସକାଶେ ଖାଦ୍ୟ, ପାନୀୟ ବ୍ୟବସ୍ଥା ବି କରାଯାଇଛି। କେବଳ ଏତିକି ନୁହେଁ, ଯେତେବେଳେ ଖାଲି ପାଦରେ ଚାଲୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ପାଦରେ ଫୋଟକା ହୋଇଯାଉଛି ସେତେବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ପାଦରେ ମେହେନ୍ଦି ଲଗାଇ ଦେଉଛନ୍ତି। ଏଭଳି ଭାଇଚାରାକୁ ଉଭୟ ସମ୍ପ୍ରଦାୟର ଲୋକେ ସ୍ବାଗତ କରୁଛନ୍ତି। ନୁହ ଡେପୁଟି କମିଶନର ତଥା ପୋଲିସ ଅଧୀକ୍ଷକ ମଧ୍ୟ ଏହାକୁ ପ୍ରଶଂସା କରିଛନ୍ତି। ବିଛୋର ଗାଁର ସରପଞ୍ଚ ଇମତିଆଜ ଖାନ୍‌ କହିଛନ୍ତି, ୮୪ କୋସ ପରିକ୍ରମା ପାଇଁ ଚାରିଆଡୁ ଶତାଧିକ ଶ୍ରଦ୍ଧାଳୁ ଏଠାରେ ପହଞ୍ଚିବା ପରେ ସେମାନଙ୍କ ସୁବିଧା ପାଇଁ ବିଶେଷ ଯତ୍ନ ନିଆଯାଉଛି।