ଏଇ ଭାରତରେ

ପୋଖରୀ କିମ୍ବା ଗଡ଼ିଆରେ ପଦ୍ମଫୁଲ ଚାଷ କରିବା ସହଜ କିନ୍ତୁ କୁଣ୍ଡରେ ତାହା କରିବା ସହଜ ନୁହେଁ। ହେଲେ କେରଳର ଏର୍ନାକୁଲମ ଜିଲାର ଏଲ୍‌ଡୋସେ ପି.ରାଜୁ କୁଣ୍ଡରେ ପଦ୍ମଫୁଲ ଚାଷ କରି ସେଥିରୁ ରୋଜଗାର କରୁଛନ୍ତି। ସେ କାତାରରେ ଷ୍ଟାଫ ନର୍ସ ଭାବେ ୧୦ ବର୍ଷ ଧରି ଆମ୍ବୁଲାନ୍ସରେ ଜରୁରିକାଳୀନ ସେବା ଯୋଗାଇବା ପରେ ଘରକୁ ଫେରି ଏହି ଚାଷ ଆରମ୍ଭ କରିଛନ୍ତି। ଘର ଅଗଣାରେ ମାର୍ଚ୍ଚମାସରୁ ଚାଷ ଚାଲିଛିି। କୁଣ୍ଡରେ ଫୁଟୁଥିବା ପଦ୍ମ ଚାରା ସେ ଥାଇଲାଣ୍ଡ,ୟୁରୋପ ଏବଂ ଆମେରିକାରୁ ଆମଦାନୀ କରିଛନ୍ତି। ଫୁଲ ଫୁଟିବା ପରେ ତାହାକୁ ଫେସ୍‌ବୁକ ପେଜ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିବା ପରେ ଏହାର ଚାହିଦା ବଢିଯାଇଛି। ସେ ଦେଶର ବିଭିନ୍ନ ସ୍ଥାନକୁ ଫୁଲ, ପଦ୍ମ କନ୍ଦ ଆଦି ସପ୍ଲାଏ କରି ମାସକୁ ୩୦,୦୦୦ ଟଙ୍କା ରୋଜଗାର କରୁଛନ୍ତି। ଦିଲ୍ଲୀ,ମୁମ୍ବାଇ, କୋଲକାତା ଓ ପୁଣେରେ ଏହା ବେଶି ବିକ୍ରି ହେଉଛି। ଏର୍ନାକୁଲମର ପାଖ ଜିଲାଗୁଡ଼ିକରୁ ଲୋକମାନେ ତାଙ୍କଠାରୁ ପଦ୍ମଚାରା ଓ କୁଣ୍ଡ ନେଉଛନ୍ତି। ରାଜୁ ୨୦ ପ୍ରକାର ପଦ୍ମଫୁଲ ଚାଷ କରୁଛନ୍ତି।ତାଙ୍କ ପାଖରେ ୮୫୦ ଟଙ୍କାରୁ ୍‌ଆରମ୍ଭ କରି ୩୫୦୦ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗଛ ରହିଛି ବୋଲି କହନ୍ତି ୩୪ ବର୍ଷୀୟ ରାଜୁ।