ଏଇ ଭାରତରେ

ଜଣେ ଏମ୍‌ବିଏ ଡିଗ୍ରୀଧାରୀ କୃଷିରେ ସଫଳତା ପାଇବା ସହ କୃଷମାନଙ୍କୁ ସଶକ୍ତ କରିପାରିଛନ୍ତି ଏବଂ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ଆନ୍ଧ୍ରପ୍ରଦେଶ କୁର୍ନୁଲର ସୋମେଶକର ପୋଗୁଲା ଏମ୍‌ବିଏ ଡିଗ୍ରୀ ପରେ ତାଙ୍କ ଗାଁରେ ପ୍ରଥମେ ମାଣ୍ଡିଆ ଚାଷ କରିଥିଲେ। ପରେ ୨୦୧୭ରେ ୩୦ ଜଣ କୃଷକଙ୍କୁ ନେଇ ସେ ‘ଅଦିତି ମିଲେଟ୍‌ସ’ କମ୍ପାନୀ ଆରମ୍ଭ କରିଥିଲେ। ଏହି ଅଭିଯାନରେ ଏବେ ସେ ୨୦୮ କୃଷକଙ୍କୁ ସାମିଲ କରିଛନ୍ତି ଓ ବର୍ଷକୁ ଏଥିରୁ ଆୟ ହେଉଛି ୨ କୋଟି ଟଙ୍କା। ସେ କୃଷକମାନଙ୍କୁ ମାଣ୍ଡିଆ ଚାଷ ପଦ୍ଧତି ଉପରେ ପ୍ରଶିକ୍ଷଣ ଦେବା ସହ ଭଲ ବଜାର ବ୍ୟବସ୍ଥାରେ ଯୋଡ଼ିବାରେ ସାହାଯ୍ୟ କରୁଛନ୍ତି। ସେ ‘ମିଲେଟ୍‌ସ ଟୁ ମିଲିୟନ’ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ସୋମେଶକର ଏବେ କୁର୍ନୁଲର ୭ଟି ଗାଁରେ ଏହି ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଫ୍ୟାକ୍ଟ୍ରିରେ ମିଲେଟ୍‌ ପ୍ରୋସେସିଂ କରାଯାଉଛି ଓ ଏଥିରେ ସ୍ଥାନୀୟ ମହିଳାମାନଙ୍କୁ ବି ନିଯୁକ୍ତି ଯୋଗାଇ ଦେଇଛନ୍ତି। ଆଗାମୀ ବର୍ଷରେ ଏହି ଚାଷରେ ଅଧିକ ଗାଁକୁ ସାମିଲ କରିବାର ସେ ଯୋଜନା ରଖିଛନ୍ତି।