ଏଇ ଭାରତରେ

ଛତୁ ଚାଷରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଉଥିବାବେଳେ ଜଣେ ନାଗା ଝିଅଙ୍କ ନିଆରା ପଦ୍ଧତି ଏକ ନୂଆ ବାଟ ଦେଖାଇଛି। ନାଗାଲାଣ୍ଡର ଫେକ୍‌ ଜିଲା ବାସିନ୍ଦା ଲୁଭେଭୋଲୁ ଏ. ରାଖୋ ୪,୦୦୦ ଓକ୍‌ କାଠ ଗଣ୍ଡିରେ ସିଲଟେକ୍‌ ଛତୁ ଚାଷ କରୁଛନ୍ତି। ରାଖୋ ସାମ୍ବାଦିକତାରେ ଡିଗ୍ରୀ ହାସଲ କରିଥିଲେ ବି ୨୦୧୯ରୁ ସେ ଚାଷରେ ଲାଗିପଡ଼ିଛନ୍ତି। ଏହି ଚାଷରେ ବି ବହୁ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ସିଲଟେକ୍‌ ଛତୁ ସମ୍ପୂର୍ଣ୍ଣ ରାସାୟନିକ ମୁକ୍ତ। ଏହାକୁ ଉପତ୍ାଦନ କରିବା ପରେ ଖରାରେ ଶୁଖାଇ ପାଉଡର ଓ ଆଚାର ପ୍ରସ୍ତୁତ ହେଉଛି। ଏହାକୁ ‘ନେଟିଭ ଅର୍ଗାନିକ’ ବ୍ରାଣ୍ଡ୍‌ରେ ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ଓ ଚେନ୍ନାଇରେ ବିକ୍ରି କରାଯାଉଛି। ୭୫ ଗ୍ରାମ୍‌ ଜାର୍‌କୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ଏହି ଛତୁରେ ଭିଟାମିନ୍‌ ବି-୫ ଓ ଖାଦ୍ୟ ଉପଯୋଗୀ କପର ରହିଥିବା ବୈଜ୍ଞାନିକମାନେ କହିଛନ୍ତି । ସ୍ବାଦ ଉଚ୍ଚକୋଟୀର ଏବଂ ଔଷଧୀୟ ଗୁଣ ଥିବାରୁ ଏହାର ଆଦର ସାରା ଦେଶରେ ବଢ଼ିବାରେ ଲାଗିଛି। ଏହି ଚାଷ ପଛରେ କୃଷି ବୈଜ୍ଞାନିକ ଡ. ଲଙ୍ଗକୁମାରଙ୍କ ପ୍ରୋତ୍ସାହନ ରହିଛି, ଯିଏକି ନାଗାଲାଣ୍ଡରେ ଏହି ଛତୁଚାଷକୁ ବ୍ୟାପକ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri