ଏଇ ଭାରତରେ

କମ୍‌ ଖର୍ଚ୍ଚରେ କମ୍‌ ଜାଗାରେ ପଶୁଚାରା ଉତ୍ପାଦନର ନୂଆ ବାଟ ଦେଖାଇଛନ୍ତି ଇଞ୍ଜିନିୟର ଅଶ୍ୱିନୀ ସାଓ୍ବନ୍ତ। ସେ ୫୦୦ ବର୍ଗଫୁଟ ଜାଗାରେ ହାଇଡ୍ରୋପୋନିକ୍ସ ପଦ୍ଧତିରେ ଦିନକୁ ୫୦୦ କେ.ଜି. ପଶୁଚାରା ଉତ୍ପାଦନ କରୁଛନ୍ତି। ଏଥିରେ ପାରମ୍ପରିକ ପଦ୍ଧତି ତୁଳନାରେ ୯୯% ବଞ୍ଚୁଛି। ସେ ମୁଖ୍ୟତଃ ମକା, ଗହମ ବାର୍ଲି ଆଦି ଚାରା ଉତ୍ପାଦନ କରୁଛନ୍ତି। ବିଗତ ୮ ବର୍ଷ ହେଲା ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି। କେବଳ ଏତିକି ନୁହେଁ, ଏବେସୁଦ୍ଧା ସେ ଏହି ପଦ୍ଧତି ସମ୍ପର୍କରେ ୮୦୦୦ କୃଷକଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି; ଯେଉଁଥିରେ ସେମାନେ ଉପକୃତ ହେଉଛନ୍ତି। ଅଶ୍ୱିନୀ ଦୁବାଇରେ ଇଞ୍ଜିନିୟର ଥିଲେ। ସେଠାରେ ୨୦୦୦ଟି ପଶୁଥିବା ଏକ ଫାର୍ମରେ ସବୁଜ ଚାରା ଚାଷ ଦେଖି ତାହା ଭାରତରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ସେଠାରୁ ଚାକିରି ଛାଡ଼ି ୨୦୧୧ରେ ପୁଣେର ତାଙ୍କ ପୈତୃକ ଗାଁକୁ ଫେରି ୨୦୧୫ରେ ଏକ ଫାର୍ମ କରିଥିଲେ। ଏବେ ତାଙ୍କ ଫାର୍ମରେ ୧୦୫ଟି ଗାଈ ଓ ଛେଳି ଅଛନ୍ତି। ଅଶ୍ୱିନୀ କହନ୍ତି, ୧୦୦୦ ବର୍ଗଫୁଟ ଜାଗାରେ ଯେତିକି ସବୁଜ ଚାରା ଉତ୍ପାଦନ ସମ୍ଭବ ତାହା ୭ ଏକର ଜମିରେ ପାରମ୍ପରିକ ପଦ୍ଧତିରେ ହୋଇପାରିବ। ପାରମ୍ପରିକ ପଦ୍ଧତିରେ ଉତ୍ପାଦିତ ଚାରା ମୂଲ୍ୟ କେଜି ପ୍ରତି ୮-୧୪ ଟଙ୍କା ହୋଇଥିବାବେଳେ ଅଶ୍ୱିନୀଙ୍କ ଚାରାର ଦାମ୍‌ ମାତ୍ର ୨ଟଙ୍କାରେ ବିକ୍ରି ହେଉଛି।