ଏଇ ଭାରତରେ

୨୦୦୯ରେ ଏଚ୍‌ଆଇଭିରେ ପୀଡ଼ିତ ହେଇଥିବା ଜଣାପଡ଼ିବା ପରେ ଗୌତମ ଯାଦବ ଏହି ରୋଗକୁ ମୁକାବିଲା କରି କେବଳ ନୂଆ ଜୀବନ ଜିଉଛନ୍ତି। କେବଳ ଏତିକି ନୁହେଁ ସେ ୧୫ ବର୍ଷ ହେଲା ଏଚଆଇଭି ସମ୍ପର୍କରେ ସଚେତନତା ସୃଷ୍ଟିି କରିଚାଲିଛନ୍ତି। ଗୌତମ ରହୁଛନ୍ତି ଦିଲ୍ଲୀରେ। ସେ ଦିଲ୍ଲୀର ଏଚ୍‌ଆଇଭି/ଏଡ୍‌ସ କ୍ଷେତ୍ରରେ କାମ କରୁଥିବା ଏକ ଏନ୍‌ଜିଓରେ ପ୍ରୋଗ୍ରାମ ଅଫିସର ଭାବେ କାମ କରି ପୀଡ଼ିତଙ୍କୁ ଏହି ରୋଗକୁ ମୁକାବିଲା କରିବା ଏବଂ ଏହା ପଛରେ ଥିବା ଭ୍ରାନ୍ତ ଧାରଣା ଦୂର କରିବାରେ ପ୍ର୍ରମୁଖ ଭୂମିକା ନେଇ ଆସୁଛନ୍ତି। ଏହି ରୋଗକୁ ଲୁଚାଉ ଥିବା ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କୁ ହସ୍ପିଟାଲକୁ ଆଣୁଛନ୍ତି। ଗୌତମ ଏବେସୁଦ୍ଧା ୫୦୦ରୁ ଅଧିକ ଏଚ୍‌ଆଇଭି ପୀଡ଼ିତଙ୍କୁ ସାହାଯ୍ୟ କରିସାରିଲେଣି। ତାଙ୍କର ଏଭଳି କାର୍ଯ୍ୟ ଲାଗି ଦେଶ ପକ୍ଷରୁ ତାଙ୍କୁ ଆମେରିକା, ସୁଇଜରଲାଣ୍ଡ ଏବଂ ଥାଇଲାଣ୍ଡରେ ଅନୁଷ୍ଠିତ ଏଚ୍‌ଆଇଭି ସମ୍ପର୍କିତ ସମ୍ମିଳନୀରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି। ଏହାବ୍ୟତୀତ ସେ ୟୁନେସ୍କୋ ସହ ମଧ୍ୟ କାର୍ଯ୍ୟ କରୁଛନ୍ତି।