ଏଇ ଭାରତରେ

ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟଗତ ସଙ୍କଟ ସୃଷ୍ଟି କରିଚାଲିଥିବା ବେଳେ ରବି କୌଶିକଙ୍କ ଆବିଷ୍କାର ଏହି ସମସ୍ୟାକୁ ହ୍ରାସ କରିବାର ସମ୍ଭାବନା ସୃଷ୍ଟି କରିଛି। ବିଶେଷକରି ଘର ଭିତର ବାୟୁରୁ କ୍ଷତିକାରକ କଣିବା ଦୂର କରିବା ପାଇଁ ସେ ନିଜସ୍ବ ଜ୍ଞାନକୌଶଳରେ ଏୟାର ପ୍ୟୁରିଫାୟର ନିର୍ମାଣ କରିଛନ୍ତି। ଏହା କମ୍‌ ସମୟରେ ଘର ଭିତରର ବାୟୁକୁ ବିଶୁଦ୍ଧ କରିପାରୁଛି। ରବି ଏରୋସୋଲ ସାଇନ୍ସରେ ମୁମ୍ବାଇ ଆଇଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି। ୨୦୨୦ରେ ସେଠାରୁ ପଢ଼ା ଶେଷ ହେବା ପରେ ସେ ଏହା ଉପରେ କାମ କରିବା ଆରମ୍ଭ କରିଥିଲେ। ବର୍ଷେ ପରେ ସେ ଆଇଆଇଟି କାନପୁର ସହାୟତାରେ ଏହି ଛୋଟ ଏୟାର ପ୍ୟୁରିଫାୟର ନିର୍ମାଣ କରିଛନ୍ତି, ଯାହା ଏସିରୁ ବାହାରୁଥିବା ପବନକୁ ପୂରା ସଫା କରିଦେଉଛି। ରବି ୨୦୨୩ରେ ‘ଏରିଥ’ ଷ୍ଟାର୍ଟଅପ୍‌ ଗଠନ କରି ତାଙ୍କ ଉପତ୍ାଦକୁ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ସେ ନିର୍ମାଣ କରିଥିବା ଏୟାର ପ୍ୟୁରିଫାୟର ଦାମ୍‌ ବଜାରରେ ଉପଲବ୍ଧ ଅନ୍ୟ ବ୍ରାଣ୍ଡଠାରୁ ଶସ୍ତା, ଯାହା ପାଖାପାଖି ୨୦୦୦ ଟଙ୍କା ରହୁଛି। ଏବେ ସୁଦ୍ଧା ସେ ୧୦୦ରୁ ଅଧିକ ଏୟାର ପ୍ୟୁରିଫାୟର ବିକ୍ରି କରିସାରିଲେଣି।