ଏଇ ଭାରତରେ

ମଧ୍ୟପ୍ରଦେଶ ଖାର୍ଗୋନ ଜିଲାର ୪୩ ବର୍ଷୀୟ ସଚିନ ଶର୍ମା ଜଣେ ବନ୍ୟପ୍ରାଣୀ ସଂରକ୍ଷକ। ସେ ମଧ୍ୟ ଟୋନି ନାମରେ ଜଣାଶୁଣା। ସେ ମୋଟର ୱାଇଣ୍ଡିଂ କାମ କରିବା ସହ ୨୨ ବର୍ଷ ହେଲା ବନ୍ୟପ୍ରାଣୀ ସଂରକ୍ଷଣରେ ଲାଗିଛନ୍ତି। ଇତିମଧ୍ୟରେ ସେ ୧୫ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିସାରିଲେଣି। କେବଳ ଏତିକି ନୁହେଁ, ସେ ଉଦ୍ଧାର କରୁଥିବା ପ୍ରାଣୀମାନଙ୍କୁ ସୁରକ୍ଷିତ ବାସସ୍ଥାନରେ ଆଶ୍ରୟ ଦେଇଛନ୍ତି। ଏଥିରେ ଜଙ୍ଗଲ ବିଭାଗ ମଧ୍ୟ ତାଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛିି। ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିବା ପାଇଁ ସେ କୌଣସି ପାରିଶ୍ରମିକ ନେଇ ନ ଥାନ୍ତି। ଜିଲାର ବଡ଼ବାହର ଗୁରୁ ନାନକ ମାର୍ଗରେ ରହୁଥିବା ଟୋନି ମୁଖ୍ୟତଃ ସେ ସାପ ଧରିବାରେ ପାରଙ୍ଗମ। ସେ ସାପ ପ୍ରଜାତିର କୋବ୍ରା, କ୍ରାଇଟ, ଢମଣା, ରସେଲ ଭାଇପର, ସ୍ବସ୍କେଲ୍ଡ ଭାଇପର ସହିତ ଅନେକ ବିଷାକ୍ତ ସାପ ଏବଂ ପାଇଥନ ମଧ୍ୟ ଉଦ୍ଧାର କରିଛନ୍ତି। ଏହା ବ୍ୟତୀତ ସେ ଭାଲୁ, ନୀଳଗାଈ, ଶୃଗାଳ, କୁମ୍ଭୀର, ବଣୁଆ ଘୁଷୁରି, ଭାଲୁ, ବିଛା ସମେତ ଅନ୍ୟ ବଣୁଆ ପ୍ରାଣୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ସେ ଚିତାବାଘ ଏବଂ ବାଘ ଉଦ୍ଧାରକାରୀ ଦଳରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୯ଟି କୁମ୍ଭୀରକୁ ଉଦ୍ଧାର କରି ପୁନର୍ବାର ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ଛାଡି ଦେଇଛନ୍ତି। ସେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଯୁବବର୍ଗଙ୍କୁ ଉଦ୍ଧାର କୌଶଳ ତାଲିମ ଦେଉଛନ୍ତି।