ଏଇ ଭାରତରେ

ଯୁବପିଢ଼ି ଚାହିଁଲେ ଓ୍ବେଷ୍ଟ ମ୍ୟାନେଜ୍‌ମେଣ୍ଟକୁ ବ୍ୟାପକ କରିପାରିବେ, ଯାହାର ଦୃଷ୍ଟାନ୍ତ ହେଉଛନ୍ତି ମଧୁର ଏବଂ ତାଙ୍କ ବନ୍ଧୁମାନେ। ମହାରାଷ୍ଟ୍ରର ଅମରାବତୀ ନିବାସୀ ମଧୁର ଏନ୍‌. ରଥି ଏବଂ ତାଙ୍କର ତିନି ବନ୍ଧୁ ରୋଶନ ପିଦିୟାର୍‌, ଅଭିଷେକ ମୋଡାକ, ଭୂଷଣ ବୁବ୍‌ ପ୍ଲାଷ୍ଟିକ ବର୍ଜ୍ୟରୁ ରିସାଇକେଲିଂ ପଦ୍ଧତିରେ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରୁଛନ୍ତି। ସେମାନେ ରିସାଇକେଲ୍‌ ବେଲ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀ ମାଧ୍ୟମରେ ଘର ଉପକରଣ ପ୍ଲାଷ୍ଟିକ ଜିନିଷ ତିଆରି କରି ‘ଇକୋନିଚର’ ବ୍ରାଣ୍ଡ୍‌ରେ ବିକ୍ରି କରୁଛନ୍ତି। ମଧୁର ଏହି କମ୍ପାନୀର ସିଇଓ ଓ ତାଙ୍କୁ ବୟସ ଏବେ ୩୩। ଏମ୍‌ବିଏ ପରେ ଅହମ୍ମଦାବାଦ୍‌ରେ ଏକ ଓ୍ବେଷ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ସେଠାରୁ ହାସଲ କରିଥିବା ଅଭିଜ୍ଞତାକୁ ଆଧାର କରି ସେ ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ଏହା ଚଳାଇଛନ୍ତି। ଏହିସବୁ ଜିନିଷର ମୂଲ୍ୟ ୩୦୦ଟଙ୍କାରୁ ୨୯୦୦ ଟଙ୍କା ପର୍ଯ୍ୟନ୍ତ ରଖିଛନ୍ତି। ୨୦୧୯ ଅକ୍ଟୋବରରୁ ‘ଇକେନିଚର’ ଆରମ୍ଭ କରି ଏବେ ସୁଦ୍ଧା ସେମାନେ ୧୪୦୦ ମେଟ୍ରିକ୍‌ ଟନ୍‌ ପ୍ଲାଷ୍ଟିକ ବର୍ଜ୍ୟ ଉପଯୋଗ କରିସାରିଲେଣି। ସେମାନେ ପ୍ଲାଷ୍ଟିକ ଚେୟାର, ଷ୍ଟୁଲ, ର଼୍ୟାକ୍‌, ସେଲ୍‌ଭସ ପଟସ୍‌, ବେଞ୍ଚ ଓ ଟେବୁଲ ଆଦି ତିଆରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦୦୦ କେ.ଜି. ଓ୍ବେଷ୍ଟ ପ୍ଲାଷ୍ଟିକ ଓଜନର ଜିନିଷ ବିକ୍ରି କରି ସାରିଲେଣି। ବର୍ଷକୁ ୧ କୋଟି ଟଙ୍କାର କାରବାର କରୁଛନ୍ତି ମାସକୁ ଲାଭ ପାଉଛନ୍ତି ୧.୫ରୁ ୨ ଲକ୍ଷ ଟଙ୍କା ।