ଏଇ ଭାରତରେ

ଶିକ୍ଷା ସହିତ ପରିବେଶ ଉପଯୋଗୀ ଜୀବନ ଜିଇବାର ବାଟ ଦେଖାଉଛନ୍ତି ବିଜ୍ଞାନ ଶିକ୍ଷକ ସି.ଏମ୍‌. ନାଗରାଜା। ବେଙ୍ଗାଲୁରୁର ଡୋଡାବନହାଲିସ୍ଥିତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସେ ଅନେକ ପରିବେଶ ଅନୁକୂଳ ବ୍ୟବସ୍ଥା ଖଞ୍ଜି ଦେଇଛନ୍ତି। ୨୦୧୮ରେ ସ୍କୁଲରେ ପ୍ରଥମେ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସ୍କୁଲର ପୁରୁଣା ଫର୍ନିଚରରୁ ପ୍ରୋଜେକ୍ଟର ସ୍କ୍ରିନ, ଡାଏସ, ପୋଡିୟମ, ନେମ୍‌ପ୍ଲେଟ ଓ କପ୍‌ବୋର୍ଡ ତିଆରି କରିଛନ୍ତି। ସେ ପିଲାମାନଙ୍କ ଦ୍ୱାରା ବ୍ୟବହୃତ କ୍ଷୀର ପ୍ୟାକେଟ ସଂଗ୍ରହ କରି ସେଥିରେ କମ୍ପ୍ୟୁଟର କଭର କରିଛନ୍ତି। ନାଗରାଜା ଏନ୍‌ଜିଓ ସହଯୋଗରେ ଦୁଇଟି ବାୟୋ ଓ୍ବେଷ୍ଟ କନଭର୍ଟର ଓ ପ୍ଲାଷ୍ଟିକ ଓ୍ବେଷ୍ଟବିନ୍‌ ବ୍ୟବସ୍ଥା କରିପାରିଛନ୍ତି। ବର୍ଷାଜଳ ଓ ପ୍ରତିଦିନ ବ୍ୟବହାର ହେଉଥିବା ଜଳକୁ ସଂରକ୍ଷିତ କରି ରଖାଯାଉଛି ଓ ତାହାକୁ ବଗିଚା ଓ ଅନ୍ୟ କାମରେ ବ୍ୟବହାର କରାଯାଉଛି। କେବଳ ଏତିକି ନୁହେଁ ସ୍କୁଲ ବଗିଚାରେ କମ୍‌ ଜଳ ବ୍ୟବହାର କରିବା ଲାଗି ସିଞ୍ଚନ ପଦ୍ଧତିରେ ଜଳସେଚନ କରାଯାଉଛି।