ଏଇ ଭାରତରେ

କମ୍‌ କୀଟନାଶକ ଓ ସର୍ବନିମ୍ନ କୃଷି ଶ୍ରମିକ ଦ୍ୱାରା କୃଷକମାନେ ଲାଭ ପାଇପାରିବେ। କମ୍‌ କୀଟନାଶକରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟଶସ୍ୟ ମଧ୍ୟ ଉତ୍ପାଦନ ହୋଇପାରିବ। ଏଭଳି ଦୃଷ୍ଟିକୋଣକୁ ନେଇ ବେଙ୍ଗାଲୁରୁର ଇଞ୍ଜିନିୟର ଜୟସୀମା ରାଓ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ରୋବୋ ନିର୍ମାଣ କରିଛନ୍ତି, ଯାହାଦ୍ୱାରା କମ୍‌ କୀଟନାଶକ ପ୍ରୟୋଗରୁ ଅଧିକ ଫସଲ ଉତ୍ପାଦନ ହେଉଛି। ଏହି ରୋବୋ ଦ୍ୱାରା କୀଟନାଶକ ସ୍ପ୍ରେ ଲାଗି କମ୍‌ କୃଷିଶ୍ରମିକ ଆବଶ୍ୟକ ହେଉଛି। ଏବେ ସୁଦ୍ଧା କର୍ନାଟକ ଓ ମହାରାଷ୍ଟ୍ରରେ ୫୦୦ରୁ ଅଧିକ କୃଷକ ଏହି ପଦ୍ଧତିକୁ ଆପଣାଇଛନ୍ତି। ଷ୍ଟାର୍ଟଅପ୍‌ ନିକୋ ରୋବୋଟିକ୍ସ ଦ୍ୱାରା ଏହି ଏଆଇ ପରିଚାଳିତ ରୋବୋ ନିର୍ମାଣ କରାଯାଉଛି ଓ ଜୟସୀମାଙ୍କ ଦ୍ୱାରା ଗଠିତ ଟିମ୍‌ କୃଷକମାନଙ୍କୁ ଏହାର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ଜୟସୀମା ଓ ତାଙ୍କ ଟିମ୍‌ଙ୍କ ତତ୍ତ୍ୱାବଧାନରେ ଏବେ ସୁଦ୍ଧା ୧ ଲକ୍ଷ ଏକର ଜମିରେ କୀଟନାଶକ ସ୍ପ୍ରେ କରାଯାଇସାରିଲାଣି। ତେବେ ଏହି ପଦ୍ଧତିରେ ପରିବେଶ ପ୍ରଦୂଷଣ କମ୍‌ ହେଉଛି।