ମୁମ୍ବାଇ,୫।୮: ସରକାର ଯାତାୟାତକୁ ସହଜ କରିବା ପାଇଁ ରାଜପଥ, ଟନେଲ ଏବଂ ଏକ୍ସପ୍ରେସୱେ ନିର୍ମାଣ କରୁଛନ୍ତି। ହେଲେ ମହାରାଷ୍ଟ୍ରର ନାଶିକ ଜିଲାର ପେଥ୍ ତାଲୁକା ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ପାଇଁ ଯାତାୟାତ ସୁବିଧା ନ ଥିବାରୁ ବିପଦଜନକ ଅବସ୍ଥାରେ ନଦୀ ପାର୍ ହେଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରିକି ଅଭିଭାବକ ନିଜ ପିଲାଙ୍କୁ ପ୍ରତିଦିନ କାନ୍ଧରେ ବୋହି ନଦୀ ପାର କରି ସ୍କୁଲ୍କୁ ନେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ନଦୀ ପାର୍ ହେବା ପାଇଁ କୌଣସି ବ୍ରିଜ୍ ନ ଥିବାରୁ ପିଲାମାନେ ସ୍କୁଲ୍ ଯିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। ଆଉ କିଛି ଅଭିଭାବକ ଭୟରେ ପିଲାଙ୍କୁ ସ୍କୁଲ୍କୁ ପଠାନ୍ତି ନାହିଁ। ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠାରୁ ବଡ ସମସ୍ୟା ହେଉଛି ବର୍ଷା ଦିନ। ଏହି ସମୟରେ ନଦୀ ଜଳ ପ୍ରବାହିତ ହୁଏ ଏବଂ ପିଲାମାନେ ମାସ ମାସ ଧରି ସ୍କୁଲ୍କୁ ଯାଇପାରନ୍ତି ନାହିଁ, ଯେଉଁଥିପାଇଁ ସେମାନଙ୍କର ପାଠପଢା ପ୍ରଭାବିତ ହୁଏ । ତେବେ ବ୍ରିଜ୍ ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ କରିଛୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
#WATCH |Maharashtra: In absence of a bridge, group of children in Peth taluka, Nashik cross river every day to reach school
“River is deep but children have to go to school, so we carry them either on shoulders or in big utensils. We request admn to build a bridge,” says a local pic.twitter.com/rNmdPKD3lx
— ANI (@ANI) August 4, 2022