ଇଣ୍ଡୋନେସିଆର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ତେବେ ଏଠାରେ ଏମିତି ଏକ ସ୍ଥାନ ରହିଛି ଯାହାକୁ ଅଯୋଧ୍ୟା ବୋଲି କୁହାଯିବା ସହ ଏଠାକାର ଲୋକେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ପୂଜା କରିଥାଆନ୍ତି। ଏହି ସ୍ଥାନରେ ରାମାଲିଲା ଆୟୋଜିତ ହୋଇଥାଏ। ଏଠାରେ ଥିବା ଅଧିକାଂଶ ପଥରରେ ରାମଙ୍କର ଗାଥା ବର୍ଣ୍ଣନା କରାଯାଇଛି। କେବଳ ସେତିକି ନୁହେଁ ଏଠାକାର ସରକାର୧୯୭୩ରେ ଏଠାରେ ଏକ ଅନ୍ତର୍ଜାତୀୟ ରାମାୟଣ ମହୋତ୍ସବ ସମ୍ମିଳନୀର ଆୟୋଜନ କରିଥିଲେ। ଯେଉଁଥିରେ ଯୋଗ ଦେବାକୁ ବିଭିନ୍ନ ଦେଶରୁ କଳାକାରମାନେ ଆସିଥିଲେ। ବିଶ୍ୱର ଏହା ଏକମାତ୍ର ଦେଶ ଯେଉଁଠି ରାମାୟଣର ଏତେ ମହତ୍ତ୍ୱ ରହିଛି।